କରୋନା ସହ ଲଢ଼ୁଛି ସାରା ବିଶ୍ୱ: ଦୁବାଇରେ ଏହି ଭାରତୀୟ ଦାନ କରିଦେଲେ ନିଜ ବିଶାଳ ଅଟ୍ଟାଳିକା, କ୍ଵାରେଣ୍ଟାଇନରେ ରହିବେ 400 ଲୋକ

ଏବେ ସାରା ବିଶ୍ୱର ଲୋକେ କରୋନା ଭାଇରସକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏଥିରେ ଅଧିକ ପ୍ରଭାବିତ ହୋଇଛି United Arab Emirates (UAE) । ଏଠାରେ ଅନେକ ଲୋକଙ୍କୁ ଏହି ଭାଇରସ ନିଜର ଶିକାର ବନେଇ ସାରିଲାଣି ।

ଯେଉଁଠି ଗୋଟିଏ ପଟେ ୟୁଏଇ ସରକାର କରୋନା ଭାଇରସକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଛନ୍ତି, ସେଠି ଅନ୍ୟପଟେ ଜଣେ ଭାରତୀୟ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର ଦୁବାଇ ସହରରେ ରହୁଥିବା ଭାରତୀୟ ବ୍ୟବସାୟୀ ଅଜୟ ଶୋଭରାଜ କରୋନା ଭାଇରସ ମୁକାବିଲାରେ ବଡ ସହାୟତା କରିଛନ୍ତି ।

aa1

ଖବରରୁ ଜଣାପଡିଛି, ଶୋଭରାଜ କରୋନା ପ୍ରଭାବିତ ଲୋକଙ୍କୁ କ୍ଵାରେଣ୍ଟାଇନରେ ରଖିବା ପାଇଁ ଦୁବାଇର ଯୁମେରା ଲେକ ଟାୱାରରେ ଥିବା ନିଜର ଏକ ବଙ୍ଗଳା ଦାନ କରିଛନ୍ତି । ଏଠାରେ 400 ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା ହୋଇପାରିବ ।

ଦୁବାଇ ସ୍ୱାସ୍ଥ୍ୟ ପ୍ରାଧିକରଣଙ୍କୁ ପତ୍ର ଲେଖି ଶୋଭରାଜ କହିଛନ୍ତି, ମୋର କହିବା ହେଲା, ଏଭଳି ଚ୍ୟାଲେଞ୍ଜପୂର୍ଣ୍ଣ ସମୟରେ ସମସ୍ତେ ଏକାଠି ହୋଇ ଦେଶକୁ ସମର୍ଥନ କରିବା ଜରୁରୀ । ସରକାରଙ୍କୁ ସାହାଯ୍ୟ କରିବାରେ ମୋତେ ବହୁତ ଖୁସି ଲାଗୁଛି । ଏହା ମୋର 25 ବର୍ଷର ସଫଳତା ଭିତରେ ଭାଗିଦାର ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.