Below header

ଯାଜପୁର ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର,୩୧୧ଟି ପଞ୍ଚାୟତରେ ଖୋଲାଗଲା ଆଇସୋଲେସନ ସେଣ୍ଟର

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଯୋରଦାର କରିଛି । ଜିଲ୍ଲାର ସମସ୍ତ ୩୧୧ଟି ପଞ୍ଚାୟତରେ ଆଇସୋଲେସନ ସେଣ୍ଟର ଖୋଲାଯାଇଛି । ଏଥିପାଇଁ ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବିଭିନ୍ନ ଆଇସୋଲେସନ ସେଣ୍ଟରକୁ ଯାଇ ପ୍ରସ୍ତୁତି ନେଇ ଅନୁଧ୍ୟାନ କରିଛନ୍ତି । ଏଥିସହିତ ଯାଜପୁର ଏନସି କଲେଜର ପରିସରରେ ୫୦୦ ବେଡର କୋଭିଡ ହସ୍ପିଟାଲ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଥିବା ସୂଚନା ଦେଇଛନ୍ତି । ସେହିପରି କଳିଙ୍ଗନଗର ରେ ଟାଟା ମେଡିକା କର୍ତୁପକ୍ଷଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ସେଠାରେ ଗୁରୁତର ରୋଗୀ ମାନଙ୍କର ଚିକିତ୍ସା କରାଯିବ ।

jajpur2

ଜାରକା ଠାରେ ଥିବା ଭୂମିକା ଡାକ୍ତରଖାନା ସହିତ ଜିଲ୍ଲା ପ୍ରଶାସନର ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଛି । ସେଠାରେ ମଧ୍ୟ ଗୁରୁତର ରୋଗୀ ମାନଙ୍କର ଚିକିତ୍ସା ହେବାକୁ ସ୍ଥିର ହୋଇଛି । ପ୍ରତ୍ୟେକ ଆଇସୋଲେସନ ଓ ହସ୍ପିଟାଲ ରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହି ଅବସରରେ ଯାଜପୁର ବ୍ଲକ ସୌରଭ ଚକ୍ରବର୍ତ୍ତି, ପଂଚାୟତ ଅଧିକାରୀ ଅଶୋକ ସେଠୀ ଏବଂ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ଯାଜପୁର ବ୍ଲକର ବିଭିନ୍ନ ଆଇସୋଲେସନ ସେଣ୍ଟର ବୁଲି ଦେଖିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.