Below header

ପୂରଣ ହେଲା ଦୀର୍ଘ ଦିନର ଦାବି :  ଏଣିକି ବୁଢାମରାରେ ଟ୍ରେନ ରହଣି, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢାମରା ରେଳ ଷ୍ଟେସନରେ ବାଙ୍ଗିରିପୋଷି - ଭୁବନେଶ୍ୱର ଟ୍ରେନ ରହଣି ଦାବିରେ ରେଳ ବିକାଶ ମଞ୍ଚ ତରଫରୁ ପୂର୍ବରୁ ରେଳରୋକ କରାଯାଇଥିଲା।ଫେବ୍ରୁଆରୀ ୨୦୨୨ରୁ ଚାଲିଥିବା ଦୀର୍ଘଦିନର ଦାବି ଆଜି ପୂରଣ ହେଲା । ଏଣିକି ଟ୍ରେନରେ ବୁଢାମରାରୁ ଭୁବନେଶ୍ୱର ଓ ପୁରୀ ଯିବାକୁ ମିଳିବ ସୁବିଧା । ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନର ପରୀକ୍ଷା ମୂଳକ ରହଣିକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ,ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ,ଏଡିଆରଏମ, ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାଏକ।

ବାଙ୍ଗିରିପୋଷୀ (କେନ୍ୟୁଜ) :  ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢାମରା ରେଳ ଷ୍ଟେସନରେ ବାଙ୍ଗିରିପୋଷି – ଭୁବନେଶ୍ୱର ଟ୍ରେନ ରହଣି ଦାବିରେ ରେଳ ବିକାଶ ମଞ୍ଚ ତରଫରୁ ପୂର୍ବରୁ ରେଳରୋକ କରାଯାଇଥିଲା।ଫେବ୍ରୁଆରୀ ୨୦୨୨ରୁ ଚାଲିଥିବା ଦୀର୍ଘଦିନର ଦାବି ଆଜି ପୂରଣ ହେଲା । ଏଣିକି ଟ୍ରେନରେ ବୁଢାମରାରୁ ଭୁବନେଶ୍ୱର ଓ ପୁରୀ ଯିବାକୁ ମିଳିବ ସୁବିଧା । ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନର ପରୀକ୍ଷା ମୂଳକ ରହଣିକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ,ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ,ଏଡିଆରଏମ, ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାଏକ।

ପ୍ରକାଶ ଥାଉକି ଦକ୍ଷିଣ-ପୂର୍ବ ରେଳବାଇର ଖଡଗପୁର ଡିଭିଜନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୫ତାରିଖରୁ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ଭାବେ ଚଳାଚଳ ଆରମ୍ଭ କରିବ। ପୁରୀରେ ପୂର୍ବାହ୍ନ ୧୧ଟା ୫ରେ ପହଞ୍ଚି ଅପରାହ୍ନ ୪ଟା ୨୦ମିନିଟରେ ଫେରିବ। ସମ୍ପ୍ରସାରିତ ରୁଟର ଖୋର୍ଦ୍ଧା ଓ ସାକ୍ଷୀଗୋପାଳ ଦୁଇଟି ଷ୍ଟେସନରେ ଟ୍ରେନ ରହିବାକୁ ଥିବା ବେଳେ ୬ମାସ ପରୀକ୍ଷା ମୂଳକ ଭାବେ ପୂର୍ବ ରୁଟର ଜାମଶୋଳ, କୁଚେଇ ଓ ବୁଡାମରା ଷ୍ଟେସନରେ ଏହି ଟ୍ରେନ ଅଟକିବ।

୫ମାସ ପରେ ଏହି ୩ଟି ଷ୍ଟେସନର ବ୍ୟବସାୟ ସମ୍ପର୍କିତ ତଥ୍ୟକୁ ବିଚାରକୁ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରେଳବିଭାଗ କହିଛି ତତ ସହିତ ରେଳ ଷ୍ଟେସନକୁ ଲାଗି ରହିଥିବା ରାଜପଥର ମରାମତି କାର୍ଯ୍ୟ ଓ ଚାକୁଳିଆରୁ ବୁଢ଼ାମରାକୁ ରେଳପଥ ସଂଯୋଗୀକରଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଖବର ପ୍ରଚାରିତ ହେବା ପରେ ମୟୂରଭଞ୍ଜ ଜିଲ୍ଲାବାସୀ ସହିତ ସ୍ଥାନୀୟ ଅଞ୍ଚଳ ବାସୀଙ୍କଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସମସ୍ତେ ଖୁସି ପ୍ରକଟ କରିଛନ୍ତି । ସୂଚନା ଯୋଗ୍ୟ ଯେ ବୁଢାମରା ଷ୍ଟେସନ ଟି ରାଜା ରାଜୁଡା ଅମଳ ରୁ ଷ୍ଟେସନ ଥିବାବେଳେ,ଏହି ଷ୍ଟେସନ ଉପରେ ଝାଡ଼ଖଣ୍ଡ,ବେଙ୍ଗଲ ଏବଂଓଡ଼ିଶା ର ବହୁ ଯାତ୍ରୀ ନିର୍ଭର କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.