Below header

ପ୍ରେମିକା କଲା ଗର୍ଭପାତ, ରାଗରେ ଗୁଳିମାରି ହତ୍ୟା କଲା ପ୍ରେମିକ

ଗର୍ଭପାତ କରିବାରୁ ପ୍ରେମିକାକୁ ଗୁଳିକରି ହତ୍ୟା କଲା ପ୍ରେମିକ । ସିସିଟିଭି ଫୁଟେଜରେ ଧରାପଡିଲା ସତ । ବିବାହ ପୂର୍ବରୁ ଗର୍ଭ ରଖିବାକୁ ଚାହୁଁନଥିଲା ପ୍ରେମିକା । ତେଣୁ ପ୍ରେମିକର ବିନା ଅନୁମତିରେ ଗର୍ଭପାତ କରିବାରୁ ପ୍ରେମିକ ଏଭଳି କାଣ୍ଡ ରଚିଥିଲା ।

ଗର୍ଲଫ୍ରେଣ୍ଡ ଗର୍ଭପାତ କରିବାରୁ ବଏଫ୍ରେଣ୍ଡ ମାରିଲା ଗୁଳି । ସିସିଟିଭି ଫୁଟେଜରେ ଧରାପଡିଲା ସତ । ଡଲାସ ପୋଲିସ ମୁତାବକ, ହେରାଲ୍ଡ ଥମ୍ପସନ ଷ୍ଟ୍ରିପ୍‌ ମଲ ପାର୍କିଂ ନିକଟରେ ଏଭଳି କାଣ୍ଡ ହୋଇଛି । ଏମିତି ଘଟଣା ଆମେରିକାର ଟେକ୍ସାସରେ ଘଟିଛି ।

ଖବର ମୁତାବକ, ଆମେରିକାର ଟେକ୍ସାସରେ ପ୍ରେମିକ ଜଣକ ପ୍ରେମିକା ସହିତ ସଂପର୍କ ରଖି ଗର୍ଭବତୀ କରିଥିଲେ । ହେଲେ ପ୍ରେମିକା ଜଣକ ବିବାହ ପୂର୍ବରୁ ପିଲାକୁ ରଖିବାକୁ ଚାହୁଁନଥିଲେ । ଆଉ ସେଥିପାଇଁ ଗର୍ଭପାତ କରିଦେବାକୁ ଚାହୁଁଥିଲେ । କିନ୍ତୁ ପ୍ରେମିକ ଜଣକ ଗର୍ଭପାତ କରିବା ବିରୋଧରେ ରହିଥିଲେ । ପ୍ରେମିକାକୁ ଗର୍ଭପାତ ନ କରିବା ପାଇଁ କହୁଥିଲେ । ହେଲେ ପ୍ରେମିକା ଜଣକ ପ୍ରେମିକର ଅଜାଣତରେ ଗର୍ଭପାତ କରିଦେଇଥିଲେ । ଏକଥା ପ୍ରେମିକ ଜାଣିବା ପରେ ପ୍ରେମିକାକୁ ହତ୍ୟା କରିଥିଲେ ।

ସିସିଟିଭି ଫଟେଜରେ ଦେଖିବାକୁ ମିଳିଛି ଯେ, ଦମ୍ପତି ସକାଳ ୭ଟା ୩୦ ମିନିଟରେ ମଲର ପାର୍କିଂ ଜାଗାରେ ପରସ୍ପର ସହିତ କଥାବାର୍ତ୍ତା ହେଉଥିଲେ । ଦୁହେଁ କଥାବାର୍ତ୍ତା ହେବା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ଆଉ ରାଗରେ ଯୁବକ ଜଣକ ବନ୍ଧୁକରେ ପ୍ରେମିକାର ମୁଣ୍ଡକୁ ଗୁଳିମାରିଦେଇଥିଲା । ଥରେ ନୁହେଁ, ଦୁଇଥର ପ୍ରେମିକାକୁ ଗୁଳି ମାରିଥିଲା ପ୍ରେମିକ । ଫଳରେ ଘଟଣା ସ୍ଥଳରେ ପ୍ରେମିକାର ମୃତ୍ୟୁ ହୋଇଥିଲା ।

ତେବେ ପୂର୍ବରୁ ପ୍ରେମିକା ସହିତ ପ୍ରେମିକ ମାରପିଟ୍‌ କରୁଥିବା ନେଇ ଥାନାର ମାମଲା ଦାଏର ହୋଇଥିଲା ବୋଲି ପୋଲିସ କହିଛି । କିନ୍ତୁ ଅଭିଯୋଗରେ ମହିଳାଙ୍କ ନାମ ନଥିଲା । ତେଣୁ ପୋଲିସ ଏହି ମାମଲାରେ କିଛି କରିପାରିନଥିଲା ।

ସୂଚନାଯୋଗ୍ୟ, ଟେକ୍ସାସରେ ୬ ମାସ ପରେ ଗର୍ଭପାତ କରାଇବା ବେଆଇନ । ଯେପର୍ଯ୍ୟନ୍ତ ମେଡିକାଲ ଏମରଜେନ୍ସୀ ନ ହୋଇଛି, ସେପର୍ଯ୍ୟନ୍ତ ଗର୍ଭପାତ କରାଯାଇପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.