IOCL ରେ ଚାକିରି ସୁଯୋଗ, ୧ ଲକ୍ଷ ପର୍ଯ୍ୟନ୍ତ ମିଳିବ ଦରମା
IOCL ରେ ଖାଲିପଡିଛି ଜୁନିଅର ଇଂଜିନିୟରିଂ ଆସିଷ୍ଟାଣ୍ଟ ପଦବୀ । ଚୟନିତ ପ୍ରାର୍ଥୀଙ୍କୁ ମାସକୁ ମିଳିବ ୧ ଲକ୍ଷରୁ ଅଧିକ ଦରମା । ଇଚ୍ଛୁକ ପ୍ରାର୍ଥୀ ୩୦ ମେ, ୨୦୨୩ ପୂର୍ବରୁ କରନ୍ତୁ ଆବେଦନ ।
ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ନୋଟିଫିକେସନ ଅନୁଯାୟୀ ଅନେକ ଖାଲିପଡିଥିବା ପଦବୀରେ ଭର୍ତ୍ତି ହେବ । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ସାଇଟ୍ ଯାଇ ଚେକ୍ କରିପାରିବେ । ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୩୦ ମଇ, ୨୦୨୩ ରହିଛି ।
ପଦବୀ ବିବରଣୀ : ୬୫
ଜୁନିଅର ଇଂଜିନିୟରିଂ ଆସିଷ୍ଟାଣ୍ଟ
ହଳଦିଆରେ ୧୧ ପଦବୀ ଖାଲି ରହିଥିବା ବେଳେ ଗୁଜରାଟରେ ୫୪ ପଦବୀରେ ଭର୍ତ୍ତି କରାଯିବ ।
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାର ଶେଷ ତାରିଖ ୩୦ ମେ, ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ବିଏସସି/ଆଇଟିଆଇ ଡିପ୍ଲୋମା ପାସ୍ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୬ ବର୍ଷ ହୋଇଥିବା ଜରୁରୀ । ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ ବୟସରେ ଛୁଟ୍ ମିଳିବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୨୫ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା/ସ୍କିଲ ଟେଷ୍ଟ/ ଫିଜିକାଲ ଟେଷ୍ଟ ଆଧାରରେ ହେବ ।
କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବ ସାଇଟ ଯାଇ ଆବେଦନ କରନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :