Below header

କୃଷି ଓ କୃଷକଙ୍କ ସମସ୍ୟା ନେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ବୈଠକ

ଭୁବନେଶ୍ବର(କେନ୍ୟୁଜ୍ ) : କୃଷି ଓ କୃଷକଙ୍କ ସମସ୍ୟା ନେଇ ମନ୍ତ୍ରିସ୍ତରୀୟ ବୈଠକ । ରାଜ୍ୟ ସଚିବାଳୟରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ବୈଠକ ହୋଇଛି । ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି, କୃଷକଙ୍କ ସମସ୍ୟା ନେଇ ଆସନ୍ତା ୭ ତାରିଖରେ ପୁଣି ମନ୍ତ୍ରିସ୍ତରୀୟ ବୈଠକ ବସିବ । ବୈଠକରେ କୃଷକ, କୃଷି ବିଶେଷଜ୍ଞଙ୍କ ମତାମତ ନିଆଯିବ । ସେମାନଙ୍କ ମତାମତ ଆଧାରରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଆଜିର ବୈଠକରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସୂର‌୍ୟ୍ୟନାରାୟଣ ପାତ୍ର ଉପସ୍ଥିତ ଥିଲେ । ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ପରେ ରାଜ୍ୟ ସରକାର ମନ୍ତ୍ରିସ୍ତରୀୟ କମିଟି ଗଠନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.