Below header

ଭିଣୋଇ ଘରୁ ଫେରିବା ବେଳେ ଘଟିଲା ଦୁର୍ଘଟଣା, ବାଟରେ ଚାଲିଗଲା ନାବାଳକର ଜୀବନ

ମୋହନା(କେନ୍ଯୁଜ୍):  ଗଜପତି ଜ଼ିଲ୍ଲା ମାଣ୍ଡିମେରା ନିକଟରେ ବାଇକ ଦୁର୍ଘଟଣାରେ ବାଇକ ଆରୋହିଙ୍କ ମୃତ୍ୟୁ । ମୃତକ ବ୍ଯକ୍ତି ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା ଚନ୍ଦ୍ରପୁରର ନାବାଳକ ମୀଖାୟଲ ଟାଙ୍ଗରାଙ୍ଗ। ସୂଚନା ମୁତାବକ ମୀଖାୟଲ ବାଇକ ଯୋଗେ ନିଜ ଭିଣୋଇ ଘର ଅଡବା ଥାନା ଗେରେଙ୍ଗା ଗ୍ରାମରୁ ନିଜ ଗାଁକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ମାଣ୍ଡିମେରା ନିକଟ ରାସ୍ତା କଡରେ ଥିବା ପଥରକୁ ପିଟି ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକରେ ବସିଥିବା ଅନ୍ୟ ଜଣେ ନାବାଳକ ପୁନମ ମାଝୀ ମଧ୍ଯ ଆହତ ହୋଇଛନ୍ତି l ଘଟଣାସ୍ଥଳରେ ଅଡବା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର mkcg ମେଡିକାଲ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.