ବର୍ତ୍ତମାନ ସମୟର ପାଞ୍ଚଟି ପ୍ରମୁଖ ଖବର ପଢ଼ି ନିଅନ୍ତୁ ଅଳ୍ପରେ. . .

  • ଏବେ ସାରା ବିଶ୍ୱର ନଜର ରହିଛି ଭାରତ ଓ ଚୀନ୍ ଉପରେ । ଉଭୟ ଦେଶର ସେନା ମଧ୍ୟରେ ଲଦାଖରେ ଗଣ୍ଡଗୋଳ ପରେ ସେମାନଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ କିଭଳି ମୋଡ଼ ନେଉଛି ତାକୁ ନେଇ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ଉଭୟ ଦେଶର ମେଜର ଜେନେରାଲ ସ୍ତରରେ ଆଲୋଚନା ହେଉଛି ।

india china

  • ଆମେରିକା ଏବେ କରୋନା ଓ ବର୍ଣ୍ଣବୈଷମ୍ୟ ବିବାଦରେ ଘାଣ୍ଟି ହେଉଛି । ତେବେ ଆଗାମୀ ନିର୍ବାଚନକୁ ନେଇ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ବେଶି ଚିନ୍ତିତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଆମେରିକାର ଜଣେ ପୂର୍ବତନ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲଟନ୍ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଟ୍ରମ୍ପ ଆଗାମୀ ନିର୍ବାଚନ ଜିତିବାକୁ ଚୀନ୍‌କୁ ସାହାଯ୍ୟ ମାଗିଛନ୍ତି ।

donald trump

  •  ଦିଲ୍ଲୀ ସରକାରଙ୍କ ଘୋଷଣା ଏବେ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି । କୋଭିଡ୍‌-୧୯ର ଜଞ-ଚଉଜ ଟେଷ୍ଟ ପାଇଁ ଲୋକଙ୍‌କୁ ୨୪,୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।ଚା ଆଜି ଆଉ ଏକ ସ୍ଵତନ୍ତ୍ର ବିମାନରେ ଦୁବାଇରୁ ୨୧୦ ଜଣ ଓଡ଼ିଆ ଭୁବନେଶ୍ୱର ଆସୁଛନ୍ତି। କୋରୋନା ଯୋଗୁଁ ଦୁବାଇରେ ଫସିଥିବା ଓଡ଼ିଆମାନଙ୍କ ପାଇଁ ସେଠାକାର ଓଡ଼ିଆ ସମାଜ ପକ୍ଷରୁ ଏହି ସ୍ୱତନ୍ତ୍ର ବିମାନ ର ବ୍ୟବସ୍ଥା କରାଯାଇଛି। ଆଜି ଅପରାହ୍ନ ୪.୩୦ରେ ଏହି ବିମାନ ଭୁବନେଶ୍ୱରରେ ପହଞ୍ଚିବ।

jin

  • ଆଜି ହେଉଛି ଚୀନ୍‌ର ରାଷ୍ଟ୍ରପତି ଜିନ୍ ପିଙ୍ଗ୍‌ଙ୍କ ଜନ୍ମଦିନ । ଗତ ଚାରି ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇ ଆସୁଥିଲେ । ହେଲେ ଲଦାଖରେ ଘଟିଥିବା ଘଟଣା ପରେ ଏଥର ମୋଦି ନିରବି ଯାଇଛନ୍ତି । ଯାହା ଭାରତ-ଚୀନ୍ ସହ ସମ୍ପର୍କରେ ବଡ଼ ଫାଟର ସୂଚନା ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.