ଯନ୍ତ୍ରଣାରେ ଛଟପଟ ହେଉଛି ୬ ବର୍ଷର ଶିଶୁ ପୁତ୍ର, ସାହାଯ୍ଯ ଅପେକ୍ଷାରେ ପରିବାର

ନୂଆପଡା: ସରକାର ଅସହାୟଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ସବୁ ଯୋଜନା କଣ ସମସ୍ତଙ୍କ ପାଖରେ ପହଁଚି ପାରୁଛି? ଏହାର ଉତ୍ତର କେବଳ ସେହି ଦିନ ମଜୁରିଆ ଖଟିକିଆ ମାନେ ହିଁ ଦେଇପାରିବେ । ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବକ୍ଲରୁ ।

ସିନାପାଲି ବକ୍ଲ କାର୍ଯ୍ଯାଳୟଠାରୁ ୧୫କି.ମି ଦୂରତାରେ ରହିଛି ଟିମନପୁର ଗାଁ । ଏହି ଟିମନପୁର ଗାଁରେ ରହନ୍ତି ଦିନମଜୁରିଆ ରବି ଖର୍ସେଲଙ୍କ ପରିବାର । ରବି ଖର୍ସେଲଙ୍କ ପରିବାର କହିଲେ ଦୁଇପୁଅ ଗୋଟେ ଝିଅ । ୧୬ ବର୍ଷର ବଡ ପୁଅ କୁରେଶ୍ୱର , ୬ ବର୍ଷର ସାନ ପୁଅ ଦୁର୍ଯ୍ଯୋଧନ ଏବଂ ଗୋଟିଏ ୧୩ବର୍ଷର ଝିଅ ବାସନ୍ତୀ। ଗତ ୪ବର୍ଷ ତଳେ ରବି ଖର୍ସେଲଙ୍କ ପତ୍ନି ଧନମତି ଖର୍ସେଲ ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ଏବେ ରବିଙ୍କ ୬ବର୍ଷର ସାନପୁଅ ଦୁର୍ଯ୍ଯୋଧନ ଖର୍ସେଲ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବହୁ କଷ୍ଟ ଅନୁଭବ କରିବାରେ ଲାଗିଛି । ଦୁର୍ଯ୍ଯୋଧନଙ୍କ ବେକର ଦୁଇ ପାଶ୍ୱର୍ରେ ଅସ୍ୱଭାବକି ଭାବେ ମାଂସ ବଢିବାରେ ଲାଗିଛି । ବେକରେ ମାଂସ ବଢିବା ଦ୍ୱାରା ଦୁର୍ଯ୍ଯୋଧନଙ୍କ ବେକ ଫୁଲିବା ସହ ଦରଜ ହେବାରେ ଲାଗିଥିବାରୁ ସେ ବହୁ ଯନ୍ତ୍ରଣା ଅନୁଭବ କରୁଛନ୍ତି ।

boyବେକରେ ମାଂସ ଦିନକୁ ଦିନ ବଢି ଚାଳିଥିବା ବେଳେ ଚିକିତ୍ସା ଅଭାବରୁ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛି ଦୁର୍ଯ୍ଯୋଧନ । ରବି ଖର୍ସେଲ ଜଣେ ଦିନମଜୁରିଆ ହୋଇଥିବା ବେଳେ ମାଆ ଛେଉଣ୍ଡ ପୁଅ ଓ ଝିଅକୁ ନେଇ ଭଂଗା ଦଦରାଘରେ ପରିବାର ଲୋକଙ୍କ ଜୀବନ ବିତୁଛି । ଏବେ ରବି ଖର୍ସେଲଙ୍କ ପରିବାର ଦିଓଳି ଖାଇବାକୁ ସଂଘର୍ଷ କରୁଥିବା ବେଳେ ୬ବର୍ଷର ଶିଶୁପୁତ୍ର ଦୁର୍ଯ୍ଯୋଧନଙ୍କ ବେକରେ ବଢୁଥିବା ମାଂସର ଚିକିତ୍ସା କରିବା କଥା ନକହିବା ଭଲ । ଏବେ ଶିଶୁପୁତ୍ର ଦୁର୍ଯ୍ଯୋଧନର ଅସ୍ତ୍ରପ୍ରଚାର ନିମନ୍ତେ ଲକ୍ଷାଧିକ ଟଙ୍କାର ଆବଶ୍ୟତା ପଡୁଥିବା ବେଳେ ଏତେ ଟଙ୍କା ଜୁଟେଇବା ତାଙ୍କ ପାଇଁ ବହୁ କଷ୍ଟସାଧ୍ୟ ହୋଇପଡିଛି । ତେଣୁ ପୁଅ ଦୁର୍ଯ୍ଯୋଧନଙ୍କୁ ଚିକିତ୍ସା ସୁବିଧା ଯୋଗେଇ ଦେବାକୁ ରବି ଓ ତାଙ୍କ ପରିବାର ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

childଏହି ଅସହାୟ ପରିବାରକୁ ଖାଦ୍ୟପେୟ ସମେତ ବାସଗୃହ ଯୋଗେଇ ଦେବା ସାଂଗକୁ ରୋଗାକ୍ରାନ୍ତ ଶିଶୁ ଦୁର୍ଯ୍ଯୋଧନକୁ ଉପଯୁକ୍ତ ଚିକିତ୍ସା ସେବା ଯୋଗେଇ ଦେବାକୁ ଟିମନପୁର ଗ୍ରାମବାସୀ ତଥା ତାଙ୍କ ପରିବାର ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଅପରପକ୍ଷେ, ଏନେଇ ଆମେ ସିନାପାଲି ବଡିଓ ସଦାଶିବ ନାଏକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ ନୂଆପଡା ଜିଲାପାଳଙ୍କ ସହ ଆଲୋଚନା କରିବା ପରେ ଦୁର୍ଯ୍ଯୋଧନଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.