Below header

ପୁଣି ଲଜ୍ଜା , କେନ୍ଦ୍ରାପଡ଼ା ପାଟକୁରାରେ ଦଶମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ଶିଶୁପୁତ୍ର

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ପୁଣି ଲଜ୍ଜା। କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ ପରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଜଣେ ସ୍କୁଲ ଛାତ୍ରୀ ମାଆ ହୋଇଛନ୍ତି। ଗରଦପୁର ବ୍ଲକ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦଶମ ଶ୍ରେଣୀ ଛାତ୍ରୀ ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଗତକାଲି ରାତିରେ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ପରିବାରଲୋକେ ତାଙ୍କୁ ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ନାବାଳିକା ଜଣକ ଗର୍ଭବତୀ ଥିବା ଡାକ୍ତର କହିଥିଲେ। ପରେ ଏକ ଶିଶୁପୁତ୍ରକୁ ଜନ୍ମଦେଇଥିଲେ। ପରେ ପରିବାରଲୋକେ କୋରୁଆସ୍ଥିତ ବାସୁଦେବ ସ୍ୱଧାରଗୃହରେ ଛାଡି ଘରକୁ ଫେରିଛନ୍ତି। ତେବେ ପରିବାର ଲୋକେ ଏନେଇ ଥାନାରେ କୌଣସି ଅଭିଯୋଗ କରିନାହାଁନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.