Below header

ଢେଙ୍କାନାଳ: ବାରମ୍ବାର ଯୁବକ କରୁଥିଲା ଅଶାଳୀନ ବ୍ୟବହାର, ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ଅତ୍ମହତ୍ୟା କଲେ ନାବାଳିକା

ଢେଙ୍କାନାଳ(କେନ୍ୟୁଜ୍):  ଗୁହାରୀ ଶୁଣିଲାନୀ ପୋଲିସ । ଅଭିଯୋଗକୁ ଅଣଦେଖା କରି କେସକୁ ଗଡାଇ ଚାଲିଥିଲା । ଯେଉଁଥିପାଇଁ ଚାଲିଯାଇଛି ଗୋଟେ  ନିରୀହ ଜୀବନ। ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଭାପୁର ଫାଣ୍ଡି ଅଞ୍ଚଳରେ।

ମିଳିଥିବା ସୂଚନା ମୁତାବକ ଗତ ୬ତାରିଖରୁ ଏହି ନାବାଳିକା ଘରେ ଏକା ଥିବା ସମୟରେ ଜଣେ ଯୁବକ ତାଙ୍କୁ ଅସାଦାଚରଣ କରିଥିଲେ। ଏ ସମ୍ପର୍କରେ ଭାପୁର ଫାଣ୍ଡୀରେ ପରିବାର ପକ୍ଷରୁ ପୋଲିସରେ ଲିଖିତ ଅଭିଯୋଗ ହୋଇଥିଲା। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଏହାର ସୁଯୋଗ ନେଇ ଉକ୍ତ ଯୁବକ ନାବାଳିକାଙ୍କୁ ଧମକ ଚମକ ଦେଇ ଆସୁଥିଲା। ପୋଲିସ ଏଘଟଣାରେ  କିଛି କାର୍ଯାନୁଷ୍ଠାନ ନ ନେବାରୁ ବାଧ୍ୟ ହୋଇ  ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏ ସମ୍ପର୍କରେ ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାରେ ଏସପି କହିଛନ୍ତି ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.