ପ୍ରଥମ ୩ ମାସରେ ଏୟାରଟେଲ୍‌ର ୧୫,୯୩୩ କୋଟି କ୍ଷତି, ସେୟାର୍ ୨.୩୮ ପ୍ରତିଶତରେ ବନ୍ଦ

ନୂଆଦିଲ୍ଲୀ :  କରୋନା ମାଡ଼ ଏବେ ସବୁ କମ୍ପାନୀ ଉପରେ ପଡ଼ିଛି । ଏୟାରଟେଲ୍‌ ସମେତ ଭାରତର ସବୁ ପ୍ରତିଷ୍ଠିତ ‌ ଟେଲିକମ୍‌ କମ୍ପାନୀ ଏବେ କ୍ଷତିରେ ଚାଲିଛନ୍ତି । ଭାରତୀୟ ଏୟାରଟେଲ୍‌ର ଚଳିତ ବର୍ଷର ପ୍ରଥମ ୩ ମାସ ୧୫,୯୩୩ କୋଟି ଟଙ୍କା କ୍ଷତି ହୋଇଛି ।

କମ୍ପାନୀମାନେ ବାକିଥିବା ଏଡ୍‌ଜଷ୍ଟ ଗ୍ରସ୍‌ ରେଭିନ୍ୟୁ(ଏଜିଆର୍‌) ଦେବା ପାଇଁ ପ୍ରାବଧାନ କରିଛନ୍ତି । ଯାହା ଫଳରେ କମ୍ପାନୀଗୁଡ଼ିକର ଏତେ କ୍ଷତି ହୋଇଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ୍‌ ସେୟାର୍‌ କମ୍‌ ବେଶୀ ହୋଇ ଶେଷରେ ୨.୩୮ ପ୍ରତିଶତ ବା ୫୫୨.୮୫ ଟଙ୍କାରେ ବନ୍ଦ ହୋଇଛି ।

କେବଳ ଏୟାରଟେଲ୍‌ ନୁହେଁ ସବୁ ଟେଲିକମ୍‌ କମ୍ପାନୀର ଏଜିଆର୍‌ ସଂଚାର ମନ୍ତ୍ରଣାଳୟର ଦୂରସଂଚାର ବିଭାଗରେ ବାକି ରହିଛି । ଏଜିଆର୍‌ରେ ମୁଖ୍ୟତଃ ୟୁସେଜ୍‌ ଓ ଲାଇସେଂସିଙ୍ଗ୍‌ ଫିଜ୍‌ ସାମିଲ ଥାଏ ।

airtel-0

ପ୍ରଥମ ୩ ମାସ ଦୂର ସଂଚାର କମ୍ପାନୀର ଆୟ ୧୫.୪ ପ୍ରତିଶତ ବଢ଼ିକରି ୨୩,୯୩୯ କୋଟି ଟଙ୍କାରେ ପହଞ୍ଚିଛି । ତେବେ ଯଦି ଆକସ୍ମିକ ଖର୍ଚ୍ଚକୁ କାଟି ଦିଆଯାଏ ତଥାପି ପ୍ରଥମ ୩ ମାସରେ ୪୩୬ କୋଟି ଟଙ୍କା ର କ୍ଷତି ହେବ ବୋଲି ଏୟାଟେଲ୍‌ କମ୍ପାନୀ କହିଛି । ଯଦି ଆକସ୍ମିକ ଖର୍ଚ୍ଚକୁ ଯୋଡ଼ି ଦିଆଯାଏ ତେବେ ଏୟାଟେଲ୍‌ କମ୍ପାନୀର୍ ୧୫,୯୩୩ କୋଟି ଟଙ୍କା କ୍ଷତି ହେବ ।

ଇତିମଧ୍ୟରେ ସେବି ରେଜେଷ୍ଟ୍ରିଭୁକ୍ତ କମ୍ପାନୀଗୁଡ଼ିକୁ ପ୍ରଥମ ୩ ମାସର କିମ୍ପା ୬ ମାସର ଆର୍ଥିକ ଭରଣା ୩୦ ଜୁନ୍‌କୁ କରିଥିଲା । ତେବେ କମ୍ପାନୀର ସମୟସୀମା ବଢ଼ାଇବା ଅନୁରୋଧକୁ ଦୃଷ୍ଟିରେ ରଖି ସେବି  ସେପ୍ଟେମ୍ବର ୧୫ ୨୦୨୦କୁ ସମୟସୀମା ବୃଦ୍ଧି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.