Below header

ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ, ଆଜି ୮୦୭ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ।  ରାଜ୍ୟରେ ଆଜି ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ କରି ଦେଲା ସୂଚନା। ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୪୩୧, କଟକର ୬୨, ରାୟଗଡାର ୪୭, ଗଜପତିର ୩୪, କେନ୍ଦୁଝରର ୨୯, ସୁନ୍ଦରଗଡର ୨୪, ନୟାଗଡର ୨୩, ଯାଜପୁରର ୨୧, କନ୍ଧମାଳର ୧୯, ବାଲେଶ୍ବରର ୧୪, କେନ୍ଦ୍ରାପଡାର ୧୪, ମୟୂରଭଞ୍ଜର ୧୪, ଭଦ୍ରକର ୧୩, ଖୋର୍ଦ୍ଧାର ୧୨, ବରଗଡର ୧୧, ମାଲକାନଗିରିର ୧୦, ବଲାଙ୍ଗିର ଓ ସମ୍ବଲପୁରରୁ ୭ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି।

ସେହିଭଳି ଝାରସୁଗୁଡାରୁ ୬, ଢେଙ୍କାନାଳରୁ ୪, ଅନୁଗୁଳରୁ ୩,କୋରାପୁଟ ଓ ପୁରୀରୁ ଜଣେ  ଲଖାଏଁ କରୋନାରୁ ଆରୋଗ୍ୟ ହୋଇଛନ୍ତି ବୋଲି ଟ୍ବିଟ  କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ସଂଖ୍ୟା ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୧୯୭୪୫ରେ ।

ରାଜ୍ଯରେ ଆଜି ୧୨୦୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୭୫୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୪୪୫ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୩୦,୩୭୮ରେ ପହଁଚିଛି । ଏମାନଙ୍କ ୧୮,୯୩୮ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୧,୨୩୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.