କେରଳରେ ୨୪ ଘଣ୍ଟାରେ ୩୦୦ ନୂଆ କେସ୍‌, ୩ ମୃତ: ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୯

କେରଳରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଆଉ ନୂଆ ମାମଲା ସହିତ ୨, ୩୧୧ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨,୬୬୯କୁ ବୃଦ୍ଧି ପାଇଛି ।

ପୁଣି ଦେଶରେ ବଢିଲା କରୋନା କେସ୍‌ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, କେରଳରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ କରାଯାଇଛି । କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଉ ନୂଆ ମାମଲା ସହିତ ୨, ୩୧୧ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨,୬୬୯କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଦେଶରେ ଗତ ୨୪ ଘଣ୍ଟାରେ ୩୫୮ କରୋନା ମାମଲା ନୂଆ ଦେଖାଦେଇଛି । କେରଳରେ ୩୦୦, କର୍ଣ୍ଣାଟକରେ ୧୩, ତାମିଲନାଡୁରେ ୧୨, ଗୁଜରାଟରେ ୧୧, ମହାରାଷ୍ଟ୍ରରେ ୧୯, ତେଲେଙ୍ଗାନାରେ ୫, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ପଡୁଚରୀରେ ୨ ନୂଆ ମାମଲା ସାମ୍ନାକୁ ଆସିଛି । ପଞ୍ଜାବରେ ଜଣେ କର୍ଣ୍ଣାଟକରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

କୋଭିଡ୍ ସଂକ୍ରମଣକୁ ଦେଖି ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ମାସ୍କ କଟକଣା ଫେରିଛି । ତେବେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ଲଗାଇବା ପାଇଁ କୁହାଯାଇଛି । ସାନିଟାଇଜର ବ୍ୟବହାର କରିବା ଆବଶ୍ୟକୀୟ ହୋଇପଡିଛି ।

ସେପଟେ ଗତକାଲି କୋଭିଡର ନୂଆ ସବ ଭାରିଆଣ୍ଟ JN.1କୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ପ୍ରତି ତିନିମାସରେ ଥରେ ସବୁ ହସପିଟାଲରେ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । କରୋନାର ନୂଆ ଭାରିଆଣ୍ଟକୁ ନେଇ ଆଲୋଚନା ହୋଇଛି । ନୂଆ ଭାରିଆଣ୍ଟ JN.1 ନୂଆ ବିପତ୍ତି ଆଣିବ ବୋଲି ଆଶଙ୍କା କରାଯାଉଛି।କେରଳ ଓ କର୍ଣ୍ଣାଟକରେ କିଛି ଲୋକଙ୍କ ଜୀବନ ଗଲାଣି । ଆଗକୁ ବଡ଼ ଦିନ, ନୂଆବର୍ଷ ଓ ବଣଭୋଜି ଋତୁ ଚାଲିଥିବାରୁ ସଂକ୍ରମଣ ବୃଦ୍ଧି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.