‘ବିଗ୍‌ ବସ୍‌ ସିଜନ୍‌ ୭’ ବିଜେତା ଗିରଫ, ଜାଣନ୍ତୁ କାହିଁକି

ବିଗ୍ ବସ୍ ଗ୍ରାଣ୍ଡ ଫାଇନାଲ୍ ପରେ ବିଜେତା ପଲ୍ଲବୀ ପ୍ରଶାନ୍ତ ଶୋ ରନର୍ ଅପ୍ ଅମରଦୀପ ଚୌଧରୀ ଏବଂ ସେମାନଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚାଲିଥିବା ଝଗଡାରେ ଅନ୍ନପୂର୍ଣ୍ଣା ଷ୍ଟୁଡିଓ ନିକଟରେ ପଲ୍ଲବୀ ପ୍ରଶାନ୍ତଙ୍କ ବିରୋଧରେ ମୋଟ ୯ ଟି ମାମଲା ରୁଜୁ ହୋଇଛି ।

ବର୍ତ୍ତମାନ ରିଆଲିଟି ଶୋ ବିଗ୍‌ ବସ୍‌ ଦେଖିବାର କ୍ରେଜ୍‌ ଲୋକଙ୍କ ମଧ୍ୟ ବହୁତ ହିଁ ଅଧିକ ରହିଛି । ସେ ହିନ୍ଦୀ ହେଉ କିମ୍ବା ତେଲୁଗୁ ଲୋକମାନେ ଏହି ଶୋକୁ ବହୁତ ହିଁ ଭଲ ପାଇବା ଦେଇଥାନ୍ତି । କିଛି ଦିନ ପୂର୍ବରୁ ବିଗ୍ ବସ୍ ତେଲୁଗୁ ସିଜନ୍ ୭ ର ବିଜେତା ହୋଇଥିବା ପଲ୍ଲବୀ ପ୍ରଶାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖରାପ ଖବର ରହିଛି । ବିଗ୍ ବସ୍ ଗ୍ରାଣ୍ଡ ଫାଇନାଲ୍ ପରେ ବିଜେତା ପଲ୍ଲବୀ ପ୍ରଶାନ୍ତ ଶୋ ରନର୍ ଅପ୍ ଅମରଦୀପ ଚୌଧରୀ ଏବଂ ସେମାନଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚାଲିଥିବା ଝଗଡାରେ ଅନ୍ନପୂର୍ଣ୍ଣା ଷ୍ଟୁଡିଓ ନିକଟରେ ପଲ୍ଲବୀ ପ୍ରଶାନ୍ତଙ୍କ ବିରୋଧରେ ମୋଟ ୯ ଟି ମାମଲା ରୁଜୁ ହୋଇଛି । କେବଳ ପ୍ରଶାନ୍ତଙ୍କ ବିରୋଧରେ ନୁହେଁ ବରଂ ତାଙ୍କ ସାନଭାଇ ମନୋହର ତାଙ୍କ ବନ୍ଧୁ ଏବଂ ଫ୍ୟାନ୍ସଙ୍କ ବିରୋଧରେ ମଧ୍ୟ ବିଭିନ୍ନ ବିଭାଗରେ ଅଭିଯୋଗ ଦାଖଲ କରାଯାଇଛି । ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଦେଖି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଛି । ତେବେ ଏହି ମାମଲାରେ ତେଲେଙ୍ଗାନା ପୋଲିସ ସିଦ୍ଧଦୀପ ଜିଲ୍ଲାର ଗାଜୱେଲରେ ପଲ୍ଲବୀ ପ୍ରଶାନ୍ତଙ୍କୁ ଗିରଫ କରିଛି ।

ତେବେ ଡିସେମ୍ବର ୧୭ ରବିବାର ଦିନ ବିଗ୍ ବସ୍ ଗ୍ରାଣ୍ଡ ଫାଇନାଲ୍ ପରେ ଯେତେବେଳେ ଦୁଇ ଜଣ ପ୍ରତିଯୋଗୀ ବାହାରକୁ ଆସିଥିଲେ, ସେମାନଙ୍କ ଫ୍ୟାନ୍ସମାନେ ଜୁବୁଲି ହିଲ୍ସର ଅନ୍ନପୂର୍ଣ୍ଣା ଷ୍ଟୁଡିଓ ନିକଟରେ ଅନେକ ଭଙ୍ଗାରୁଜା କରିଥିଲେ । ଉଭୟ ପ୍ରତିଯୋଗୀଙ୍କ ପ୍ରଶଂସକମାନେ HRTC ବସ୍ ଏବଂ ଘରୋଇ ଯାନରେ ମଧ୍ୟ ଅନେକ କ୍ଷତି କରିଥିଲେ । ଏହି ମାମଲାରେ ପୋଲିସ ସାଇ କିରଣଙ୍କ ଫ୍ୟାନ୍ସ ଏବଂ ରାଜୁଙ୍କ ଫ୍ୟାନ୍ସଙ୍କୁ ଗିରଫ କରି ରିମାଣ୍ଡରେ ପଠାଇଛି । ଜନସାଧାରଣଙ୍କୁ ଏକାଠି କରିବା, ଉତ୍ତେଜନା ସୃଷ୍ଟି କରିବା, ସରକାରୀ କର୍ମଚାରୀଙ୍କୁ ବାଧା ଦେବା, ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ଏବଂ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ପାଇଁ ଆଇପିସି ଧାରା ୧୪୭, ୧୪୮, ୨୯୦, ୩୫୨, ୪୨୭ ଏବଂ ୧୪ରେ ପଲ୍ଲବୀ ପ୍ରଶାନ୍ତଙ୍କୁ ଗିରଫ କରାଯାଇଛି ।

‘ବିଗ୍ ବସ୍ ତେଲୁଗୁ ୭’ର ଗ୍ରାଣ୍ଡ୍ ଫାଇନାଲ୍ ଶୋ ହୋଷ୍ଟ ନାଗାର୍ଜୁନଙ୍କ’ ଅନ୍ନପୂର୍ଣ୍ଣା ଷ୍ଟୁଡିଓ’ରେ ସୁଟିଂ କରାଯାଇଥିଲା । ଏହି ଶୋ ର ଫାଇନାଲରେ କୃଷକଙ୍କ ପୁଅ ପଲ୍ଲବୀ ପ୍ରଶାନ୍ତଙ୍କୁ ୩୫ ଲକ୍ଷ ଟଙ୍କା ପୁରସ୍କାର ଟଙ୍କା ସହିତ ବିଗ୍ ବସ୍ ବିଜେତା ଘୋଷିତ କରାଯାଇଥିଲା । ସେହି ପରି ପ୍ରତିଯୋଗୀ ଅମରଦୀପ ଚୌଧରୀ ଏହି ସିଜିନ୍‌ର ପ୍ରଥମ ରନର୍ ଅପ୍ ହୋଇଛନ୍ତି । ଏହି ଶୋ ଫାଇନାଲର ସୁଟିଂ ଶେଷ ହେବା ପରେ ଅନ୍ନପୂର୍ଣ୍ଣା ଷ୍ଟୁଡିଓ ବାହାରେ ପ୍ରଶାନ୍ତ ଏବଂ ଅମରଦୀପଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡା ବେଳେ ଅମରଦୀପ ଚୌଧରୀଙ୍କ କାର ଯେଉଁଥିରେ ତାଙ୍କ ମା ଏବଂ ପତ୍ନୀ ଉପସ୍ଥିତ ଥିଲେ ପଲ୍ଲବୀ ପ୍ରଶାନ୍ତଙ୍କ ଫ୍ୟାନ୍ସମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ଏବଂ କାରର ୱିଣ୍ଡ ୱିଣ୍ଡ ମଧ୍ୟ ଭାଙ୍ଗି ଯାଇଥିଲା । ତେବେ ପୋଲିସ ଏ ସମ୍ପର୍କରେ କୌଣସି ପ୍ରକାରର ନିଶ୍ଚିତତା ଦେଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.