Below header

ସଂସଦ ସୁରକ୍ଷା ତ୍ରୁଟି ମାମଲା : କର୍ଣ୍ଣାଟକର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅ ଅଟକ, ପଚରାଉଚରା ପାଇଁ ଅଣାଯାଉଛି ଦିଲ୍ଲୀ

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ କର୍ଣ୍ଣାଟକର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅକୁ ଅଟକ ରଖିଛି ପୋଲିସ । କର୍ଣ୍ଣାଟକର ଜଣେ ଅବସାରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପୁଅ ହେଉଛନ୍ତି ସାଇକ୍ରିଷ୍ଣା ଜାଗଲି। ପୋଲିସ କହିବା ଅନୁସାରେ, ସଂସଦ ସୁରକ୍ଷା ଭଙ୍ଗ କରି ଗୃହରେ ସ୍ମୋକ୍ ସ୍ପ୍ରେ କରିଥିବା ଡି. ମନୋରଞ୍ଜନର ସାଙ୍ଗ ହେଉଛନ୍ତି ସାଇକ୍ରିଷ୍ଣା ।

ସଂସଦର ସୁରକ୍ଷା ତ୍ରୁଟି ମାମଲାରେ କର୍ଣ୍ଣାଟକର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅକୁ ଅଟକ ରଖିଛି ପୋଲିସ । ଅଟକ ଥିବା ଯୁବକ ଜଣକ ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅ ହେବା ସହିତ ଜଣେ ଟେକ୍ନିକାଲ ଏକ୍ସପର୍ଟ ମଧ୍ୟ । ସଂସଦ ସୁରକ୍ଷା ଭାଙ୍ଗି ପଶିଥିବା ଅଭିଯୁକ୍ତଙ୍କ ସାଙ୍ଗ ହେଉଛନ୍ତି ଟେକ୍ନିକାଲ ଏକ୍ସପର୍ଟ । ତାଙ୍କୁ ପଚରାଉଚରା ପାଇଁ ଦିଲ୍ଲୀକୁ ଅଣାଯାଇଛି ।

କର୍ଣ୍ଣାଟକର ଜଣେ ଅବସାରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପୁଅ ହେଉଛନ୍ତି ସାଇକ୍ରିଷ୍ଣା ଜାଗଲି। ପୋଲିସ କହିବା ଅନୁସାରେ, ସଂସଦ ସୁରକ୍ଷା ଭଙ୍ଗ କରି ଗୃହରେ ସ୍ମୋକ୍ ସ୍ପ୍ରେ କରିଥିବା ଡି. ମନୋରଞ୍ଜନର ସାଙ୍ଗ ହେଉଛନ୍ତି ସାଇକ୍ରିଷ୍ଣା । ତାଙ୍କର ସ୍ମୋକ୍ ଆଟାକ୍ ସହ ଲିଙ୍କ୍ ଥିବା ସନ୍ଦେହ କରୁଛି ପୋଲିସ । ଏଥିପାଇଁ ଅଟକ ଇଞ୍ଜିନିୟର ସାଇକ୍ରିଷ୍ଣାଙ୍କୁ ଜେରା ପାଇଁ ଦିଲ୍ଲୀ ଅଣାଯାଉଛି ।

ସେପଟେ ମାମଲାରେ ପୂର୍ବରୁ ଗିରଫ ମନୋରଞ୍ଜନ, ଅମୋଲ, ସାଗର ଓ ନିଲମ, ଲଳିତଙ୍କ ସମେତ ୬ ଅଭିଯୁକ୍ତଙ୍କର ଆଜି ରିମାଣ୍ଡ ଅବଧି ସରୁଛି । ସମସ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରି ସତ ଓଗାଳିଛି ପୋଲିସ ।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ସଂସଦର ଲୋକସଭା ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଦୁଇ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ଆତଙ୍କ ରଚିଥିଲେ । କିଛି ସ୍ପ୍ରେ କରିବା ସହିତ ସ୍ମୋକ ଫାୟାର ମଧ୍ୟ କରିଥିଲେ । ଏହି ଘଟଣାରେ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଲୋକସଭାରେ ୨ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ସାଂସଦଙ୍କ ଉପରକୁ ଡେଇଁଥିଲେ । ସେମାନେ କିଛି ସ୍ପ୍ରେ କରିବା ସହିତ ସ୍ନୋକଂ ଫାୟରିଂ କରିଥିଲେ । ଏହାପରେ ସାଂସଦମାନେ ତାଙ୍କୁ କାବୁ କରିବା ପରେ ରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ । ଆଜି ମଧ୍ୟ ସେହି ଘଟଣାରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ବିରୋଧରେ UAPAରେ ମାମଲା ରୁଜୁ ହୋଇଛି ।

ଦ୍ୱାଦଶ ପାସ୍ କରିଥିବା ଅଭିଯୁକ୍ତ ସାଗର ସେନାରେ ସାମିଲ ହେବାକୁ ଚାହୁଁଥିଲା । ଏଥିଲାଗି ସେ ଚେଷ୍ଟା ମଧ୍ୟ କରିଥିଲେ ହେଁ ବିଫଳ ହୋଇଥିଲା । ଏହାପରେ ସେ ବେଙ୍ଗାଲୁରୁ ଯାଇ କିଛି ବର୍ଷ ରହିଥିଲା । କିଛି ମାସ ପୂର୍ବରୁ ଘରକୁ ଫେରିଥିଲା। ନିଜର ଗୁଜରାଣ ମେଣ୍ଟାଇବାକୁ ସେ ଇ-ରିକ୍ସା ଚଳାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.