ସେଣ୍ଟ୍ରାଲ ବ୍ୟାଙ୍କରେ ଭର୍ତ୍ତି ସୁଯୋଗ, ୧୦ ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ସେଣ୍ଟ୍ରାଲ ବ୍ୟାଙ୍କରେ ବମ୍ପର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୯ ଜାନୁଆରୀ ୨୦୨୪ ରହିଛି ।

ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କରେ ବମ୍ପର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୯ ଜାନୁଆରୀ ୨୦୨୪ ରହିଛି । ଏହି ତାରିଖ ପୂର୍ବରୁ ଫର୍ମ ପୂରଣ କରିଦିଅନ୍ତୁ ।

ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ସେଣ୍ଟ୍ରାଲ ବ୍ୟାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍‌ କରିପାରିବେ । centralbankofindia.co.in କୁ ଯାଇ ଆପଣ ସବିଶେଷ ବିବରଣୀ ପାଇପାରିବେ ।

ପଦବୀ ବିବରଣୀ : ୪୮୪

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୯ ଜାନୁଆରୀ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ କିମ୍ବାଏସଏସସି ସମକକ୍ଷ ପରୀକ୍ଷା ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୬ ବର୍ଷ ହୋଇଥିବା ଜରୁରୀ ।

କିପରି ହେବ ଚୟନ : ଚୟନ ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଏବଂ ସ୍ଥାନୀୟ ଭାଷାରେ ଟେଷ୍ଟ ଦେବାକୁ ପଡିବ । ପ୍ରଥମେ ପରୀକ୍ଷା ଅନଲାଇନ କରାଯିବ । ସେହିପରି ସ୍ଥାନୀୟ ଭାଷା ମଧ୍ୟ ଭଲଭାବେ ଆସୁଥିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ଅନୁସୂଚିତ ଜାତି/ଜନଜାତି, PWD ଏବଂ ମହିଳା ପ୍ରାର୍ଥୀ ୧୭୫ ଟଙ୍କା ଦେବାକୁ ହେବ । ଏହାଛଡା ଅନ୍ୟ ପ୍ରାର୍ଥୀ ୮୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.