ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୮ଟି ସ୍ଥାନରେ ଚାଲିଛି ଚଢାଉ

ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ । ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରଶାନ୍ତଙ୍କ ଘର ସମେତ ୮ଟି ସ୍ଥାନରେ ଚାଲିଛି ଚଢାଉ ।

ଭୁବନେଶ୍ୱର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ । ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରଶାନ୍ତଙ୍କ ଘର ସମେତ ୮ଟି ସ୍ଥାନରେ ଚାଲିଛି ଚଢାଉ । ଏହି ଚଢାଉରେ ୮ ଜଣ ଡିଏସ୍‌ପି , ୫ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ ରହିଛନ୍ତି ।

ଚଢାଉ ହେଉଥିବା ୮ଟି ସ୍ଥାନରେ ଭୁବନେଶ୍ୱରର ଏକାଧିକ ସ୍ଥାନ ରହିଛି । ପାଣ୍ଡରାରେ ଥିବା ଏକ ମହଲା ଘର, ପାଣ୍ଡରା ଗାଁରେ ଥିବା ୩ ମହଲା ଘର, ଚନ୍ଦ୍ରଶେଖର ପୁରରେ ଥିବା ଦୁଇ ମହଲା ଘର ସମେତ ଅଫିସ ଚ୍ୟାମ୍ବରେ ଚାଲିଛି ଚଢ଼ଉ। ସେହିପରି ବ୍ରହ୍ମପୁରର ନୀଳାଞ୍ଚଳ ହାଇଟ୍ସ ଆପାର୍ଟମେଣ୍ଟରେ ବି ଭିଜିଲାନ୍ସ ପକ୍ଷରୁ ରେଡ଼ କରାଯାଇଛି । ୟୁନିଟ୍-୩ ସରକାରୀ ବାସଭବନରୁ ଠାବ ହୋଇଛି ଲକ୍ଷାଧିକ ଟଙ୍କାର ସୁନା ଗହଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.