ନିଆଁ ପୁଇଁବା ବେଳେ ଅଘଟଣ: ଶାଢ଼ିରେ ନିଆଁ ଲାଗି ମହିଳା ଗୁରୁତର

ନିଆଁ ପୁଇଁବା ବେଳେ ଲୁଗାରେ ନିଆଁ ଲାଗି ଜଳିଗଲେ ମହିଳା। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଚାଉଳିଆଝରଣ ଗ୍ରାମରେ ଏପରି ଅଘଟଣ ଘଟିଛି। ଗୁରୁତର ମହିଳା ହେଲେ ଗୌରି ସୋରେନ।

କାମାକ୍ଷାନଗର (କେନ୍ୟୁଜ): ନିଆଁ ପୁଇଁବା ବେଳେ ଲୁଗାରେ ନିଆଁ ଲାଗି ଜଳିଗଲେ ମହିଳା। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଚାଉଳିଆଝରଣ ଗ୍ରାମରେ ଏପରି ଅଘଟଣ ଘଟିଛି। ଗୁରୁତର ମହିଳା ହେଲେ ଗୌରି ସୋରେନ।

ସୂଚନା ମୁତାବକ ଆଜି ଭୋର ସମୟରେ ଗୌରି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ସମ୍ମୁଖରେ ନିଆଁ ପୋଇଁ ହେଉଥିଲେ। ଅସାବଧାନତା ଯୋଗୁ ତାଙ୍କ ପିନ୍ଧା ଲୁଗାରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି।

You might also like