ମର୍ମନ୍ତୁଦ ସିରିଜ୍‌ ଦୁର୍ଘଟଣା: ଜଣେ ମୃତ ,୪ଜଣ ଗୁରୁତର

ପଛକୁ ପଛ ପିଟିହେଲା ଟ୍ରଲର-ଆଇଚର-ପିକଅପ୍ ଭ୍ୟାନ୍ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ଧର୍ମଶାଳା ଥାନା ରଥିଆ ନିକଟରେ ଆଜି ସକାଳୁ ଘଟିଛି ସିରିଜ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି।

ଯାଜପୁର (କେନ୍ୟୁଜ): ସିରିଜ୍ ଦୁର୍ଘଟଣା। ପଛକୁ ପଛ ପିଟିହେଲା ଟ୍ରଲର-ଆଇଚର-ପିକଅପ୍ ଭ୍ୟାନ୍ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ଧର୍ମଶାଳା ଥାନା ରଥିଆ ନିକଟରେ ଆଜି ସକାଳୁ ଘଟିଛି ସିରିଜ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ରାଜପଥରେ ଛିଡା ହୋଇଥିବା ଟ୍ରଲର ପଛ ପଟୁ ଏକ ଆଇଚର ପିଟି ହୋଇଯାଇଥିଲା। ପୁଣି ଆଇଚର ପଛପଟେ ପିଟି ହୋଇ ରାସ୍ତା ତଳକୁ ଖସିପଡିଥିଲା ପିକଅପ ଭ୍ୟାନ୍। ଫଳରେ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସମସ୍ତଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲ ପଠାଇଥିବା ବେଳେ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.