ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନକୁ ବ୍ୟବହାର ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନାଜାଲ ଭ୍ୟାକ୍ସିନକୁ ମଞ୍ଜୁରୀ । ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନକୁ ବ୍ୟବହାର ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର। ୧୮ ବର୍ଷରୁ ଅଧିକ ବୟସ୍କ ଲୋକ ବୁଷ୍ଟର ଡୋଜ ଭାବେ ନେଇପାରିବେ ନାଜାଲ ଭ୍ୟାକ୍ସିନ। ପ୍ରଥମେ ବେସରକାରୀ ହସ୍ପିଟାଲ ମାନଙ୍କରେ ଏହି ଭ୍ୟାକ୍ସିନ ଉପଲବ୍ଧ ହେବ।

ଆଜିଠାରୁ ଟୀକାକରଣରେ ଏହାକୁ ସାମିଲ କରାଯାଇଛି। ଗତକାଲି ରାଜ୍ୟସଭାରେ ଏନେଇ ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡିଭିୟ । ବହୁ ଲୋକ ଇଞ୍ଜେକ୍ସନ ନେବାକୁ ଭୟ କରିଥାନ୍ତି । ତେଣୁ ନାଜଲ ଭ୍ୟାକ୍ସିନକୁ ଅତି ସହଜରେ ନାକରେ ପକାଇ କରୋନାରୁ ସୁରକ୍ଷା ପାଇହେବ।

ଏପଟେ ଚୀନରେ କରୋନାର ଭୟଙ୍କର ରୂପ । ବିଶ୍ୱର ସବୁଠୁ ଭୟାନକ କୋଭିଡ ଲହରର ସାମନା କରୁଛି ଚାଇନା। ଦୈନିକ ୧ ମିଲିଅନ୍‌ ଅର୍ଥାତ୍‌ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ୫ ହଜାର ଜୀବନ ନେଉଛି ମହାମାରୀ । ଚୀନରେ ବିଭିନ୍ନ ହସ୍‌ପିଟାଲରେ ରୋଗୀଙ୍କ ପାଇଁ ଜାଗା ମିଳୁନାହିଁ। ଆବଶ୍ୟକୀୟ ଔଷଧର ଅଭାବ ଦେଖାଦେଇଛି। ଡାକ୍ତର କରୋନା ସଂକ୍ରମିତ ହେଲେ ମଧ୍ୟ ସେମାନଙ୍କୁ କାମରେ ଯୋଗଦେବାକୁ ବାଧ୍ୟ କରାଯାଉଛି। ଶ୍ମଶାନରେ ଲୋକଙ୍କ ମୃତଦେହ ସତ୍କାର ପାଇଁ ଦିନ ଦିନ ଅପେକ୍ଷା କରୁଛନ୍ତି ଲୋକେ। ଚାରିଆଡେ ହାହାକାର ପରିସ୍ଥିତି।

ସେହିପରି ନୂଆବର୍ଷ ପାଇଁ ଭାରତ ସଜାଗ୍। ଆସିବ ନୂଆ କରୋନା ଗାଇଡଲାଇନ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିବେ ନୂଆ ଗାଇଡଲାଇନ । ଆଗାମୀ ପର୍ବପର୍ବାଣୀ ପାଇଁ ଆସିବ ଗାଇଡ୍‌ଲାଇନ୍‌।ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦେଶରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ମଙ୍ଗଳବାର ସାରା ଦେଶରେ ମକଡ୍ରିଲ । କୋଭିଡ଼ ମୁକାବିଲା ପ୍ରସ୍ତୁତି ନେଇ ହେବ ମକଡ୍ରିଲ। ଦେଶରେ ସବୁ ହସ୍ପିଟାଲରେ ମକଡ୍ରିଲ ପାଇଁ ନିର୍ଦ୍ଦେଶ । କରୋନା ମୁକାବିଲା ନେଇ କ’ଣ ସବୁ ପ୍ରସ୍ତୁତି ହେବ ତା’ର ମକଡ୍ରିଲ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ସରକାରୀ ହସ୍ପିଟାଲ ଯାଇ ମକଡ୍ରିଲ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.