ରାଜ୍ୟରେ ୫ ଲକ୍ଷ ପାର କଲା ଟେଷ୍ଟିଂ ସଂଖ୍ୟା, ୩୫ଟି ସରକାରୀ ଓ ୯ଟି ଘରୋଇ ଅନୁଷ୍ଠାନରେ କରାଯାଉଛି ଟେଷ୍ଟିଂ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ୫ ଲକ୍ଷ ପାର କରିଛି। ଆଜି ସୁଦ୍ଧା ୫ ଲକ୍ଷ ୨୩୮ ଟେଷ୍ଟ ହୋଇଛି। ମାର୍ଚ୍ଚ ୧୫ରେ ପ୍ରଥମ କୋଭିଡ୍‌ ରୋଗୀ ଚିହ୍ନଟ ହୋଇଥିଲେ ଓଡ଼ିଶାରେ। ମେ ୧୯ ତାରିଖ ସୁଦ୍ଧା ରାଜ୍ୟରେ ୧ ଲକ୍ଷ ଟେଷ୍ଟିଂ ହୋଇଥିଲା। ଜୁନ୍‌ ୧୩ତାରିଖରେ ୨ ଲକ୍ଷ ପାର କରିଥିଲା ଟେଷ୍ଟିଂ ସଂଖ୍ୟା। ଜୁଲାଇ ୬ ତାରିଖ ସୁଦ୍ଧା ଅର୍ଥାତ ୨୩ ଦିନରେ ଆଉ ୧ ଲକ୍ଷ ଟେଷ୍ଟିଂ ହେଲା। ୨୦ ଜୁଲାଇ ସୁଦ୍ଧା ଏହି ସଂଖ୍ୟା ୪ଲକ୍ଷ ପାର କରିଥିଲା। ଜୁଲାଇ ୨୦ରୁ ୨୯ ଭିତରେ ଆଉ ଏକ ଲକ୍ଷ ଟେଷ୍ଟିଂ ହୋଇଛି। ରାଜ୍ୟରେ ୩୫ଟି ସରକାରୀ ଓ ୯ଟି ଘରୋଇ ଅନୁଷ୍ଠାନରେ ଟେଷ୍ଟିଂ କରାଯାଉଛି।.

ସେପଟେ ରାଜ୍ୟରେ ଯେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିରେ ୫୪ ପ୍ରତିଶତଙ୍କ ପାଖରେ ଲକ୍ଷଣ ନଥିଲା। ୪୬ ପ୍ରତିଶତଙ୍କ ପାଖରେ ଲକ୍ଷଣ ଚିହ୍ନଟ ହୋଇଥିଲା । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ ୭ ପ୍ରତିଶତ ୬୦ ବର୍ଷରୁ ଅଧିକ। ୪୦ ବର୍ଷରୁ କମ ରୋଗୀଙ୍କ ହାର ୬୪ ପ୍ରତିଶତ। ମହିଳାଙ୍କ ତୁଳନାରେ ପୁରଷ ଅଧିକ ଆକ୍ରାନ୍ତ ହୋଇଛନ୍ତି। ପୁରୁଷଙ୍କ ହାର ୭୨ ଓ ମହିଳାଙ୍କ ହାର ରହିଛି ୨୮ ପ୍ରତିଶତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.