ଖୋଲିବ ଲୋହିତ ଗ୍ରହର ରହସ୍ୟ, ମଙ୍ଗଳ ଗ୍ରହକୁ ନାସା ପଠାଇଲା ପର୍ସିଭେରାନ୍ସ ରୋଭର୍‌

କେନ୍ୟୁଜ୍(ବ୍ୟୁରୋ):  ନାସାର ମିଶନ ମଙ୍ଗଳ । ଖୋଲିବ ଲୋହିତ ଗ୍ରହର ରହସ୍ୟ । ମଙ୍ଗଳ ଗ୍ରହକୁ ଗଲା ପର୍ସିଭେରାନ୍ସ ରୋଭର୍‌ । ଆଜି ଫ୍ଲୋରିଡାର କେପ୍‌ କାନାଭେରାଲ୍‌ perseverance rover nasaperseverance roverଏୟାର ଫୋର୍ସ ଷ୍ଟେସନରୁ ମଙ୍ଗଳ ଅଭିମୁଖେ ଯାଇଛି ରୋଭର୍‌ । ସାଙ୍ଗରେ ନେଇ ଯାଇଛି ଆଟଲାସ୍‌ ଫାଇବ୍‌ ରକେଟ୍‌ । ଲୋହିତ ଗ୍ରହରେ ଜୀବ ସତ୍ତା କେବେ ଥିଲା କି ନାହିଁ ସନ୍ଧାନ କରିବ ପର୍ସିଭେରାନ୍ସ ରୋଭର୍‌ । ମଙ୍ଗଳରେ ପହଞ୍ଚିବା ପାଇଁ ଲାଗିବ ୭ ମାସ । କୁହାଯାଉଛି ୨୦୨୧ ଫେବ୍ରୁଆରୀ ୧୮ ତାରିଖରେ ଲୋହିତ ଗ୍ରହରେ ଅବତରଣ କରିବ ।

ପୂର୍ବରୁ ନାସା ମଙ୍ଗଳକୁ ପଠାଇଥିଲା କ୍ୟୁରେସିଟି । ସେ କେବଳ ଫଟୋ ପଠାଇଥିଲା । ଏବେ ପର୍ସିଭେରାନ୍ସ ରୋଭର୍‌ ମଙ୍ଗଳ ପୃଷ୍ଠରେ ଖନନ କରିବ । ଏଥିରେ ସେଭଳି ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି । ଖୋଳିବା ପରେ ପାଣି ଅଛି ନା ନାହିଁ ସନ୍ଧାନ ମିଳିବ । ଜେଜେରୋ କ୍ରେଟରରେ ଲ୍ୟାଣ୍ଡ କରିବ ପର୍ସିଭେରାନ୍ସ ରୋଭର୍‌ । କ୍ରେଟର ଏକ ଖୋଲା ସ୍ଥାନ । ଯେଉଁଠାରେ ପୂର୍ବରୁ ପାଣି ଥିବା କୁହାଯାଉଛି । ପାଖରେ ନଦୀ ଥିବା ସନ୍ଧାନ ରହିଛି ।

ନାସା ବୈଜ୍ଞାନିକ ଦାବି କରିଛନ୍ତି, ମଙ୍ଗଳ ଗ୍ରହରେ ଜୀବ ସତ୍ତା ରହିଛି । ଯଦି ପାଣି ଥିବା ଖୋଳିଲେ ଜଣା ପଡ଼ିବ । ପୃଥିବୀ ସହ ମଙ୍ଗଳ ଗ୍ରହର ସାମଞ୍ଜସ୍ୟ ରହିଛି । କୁହାଯାଉଛି, ମଙ୍ଗଳରେ ରହିଛି ଲାଭା ଉଦଗୀରଣ । ନଦୀ ସ୍ରୋତ ବି ରହିଛି । ପୂର୍ବରୁ ପାଣି ଥିବାର ଯଥେଷ୍ଟ ପ୍ରମାଣ ଥିବା ଦାବି କରିଛନ୍ତି ବୈଜ୍ଞାନିକ ।

ସବୁଠୁ ବଡ଼ କଥା ହେଲେ କରୋନା ମହାମାରୀ ଭିତରେ ମଙ୍ଗଳ ମିଶନ ଆରମ୍ଭ କରିଛି ନାସା । କାରଣ ପୃଥିବୀ ଓ ମଙ୍ଗଳ ଗୋଟିଏ ରେଖାରେ ଥିବା ବେଳେ ମଙ୍ଗଳକୁ ପର୍ସିଭେରାନ୍ସ ରୋଭର୍‌ ପଠାଯିବାର ଥିଲା । ଅଗଷ୍ଟ ୧୫ ଭିତରେ ନ ପଠାଯାଇଥିଲେ ବିଳମ୍ବ ହୋଇ ଥାଆନ୍ତା । ଏବେ ପର୍ସିଭେରାନ୍ସ ରୋଭର୍‌ ମଙ୍ଗଳରେ ଓହ୍ଲାଇବା ପରେ ବହୁ ତଥ୍ୟ ଜଣା ପଡ଼ିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.