Below header

ସିରିୟଲ୍‌ କିଲର ଡାକ୍ତରର ଅଦ୍ଭୁତ ବୟାନ, ୫୦ ଜଣଙ୍କୁ ହତ୍ୟା ପରେ ଗଣିବା ଛାଡି ଦେଇଛି ବୋଲି କହିଲା ପୋଲିସକୁ

ନୂଆଦିଲ୍ଲୀ :  କୁହାଯାଏ ‘ଭଗବାନଙ୍କ ଅନ୍ୟ ନାମ ଡାକ୍ତର’ । ଲୋକଙ୍କ ସେବାରେ ନିଜର ଜୀବନ ଉତ୍ସର୍ଗ କରିଦେଉଥିବା ଡାକ୍ତରଙ୍କ ଅନେକ କାହାଣୀ ରହିଛି । ହେଲେ ଏମିତି ଜଣେ ଡାକ୍ତର ଅଛନ୍ତି ଯାହାର ଜୀବନ ନେବା ଏକ ନିଶା । ଏହି ଡାକ୍ତର ଜଣକ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

doctor criminal.jpg-1

ପୋଲିସ୍‌ ଆଗରେ ସେ ଦେଇଥିବା ବୟାନ ଯେତିକି ଦୁଃଖଦାୟକ ସେତିକି ଭୟାନକ । ସେ ପ୍ରାୟ ୫୦ ଜଣଙ୍କୁ ହତ୍ୟା କରିବା ପରେ ଆଉ ଗଣି ନାହାଁନ୍ତି ବୋଲି କହିଛନ୍ତି ପୋଲିସ୍‌ ଆଗରେ । ୬୨ ବର୍ଷ ବୟସ୍କ ଦେବେନ୍ଦ୍ର ହେଉଛି ଜଣେ ଆୟୁର୍ବେଦିକ ଡିଗ୍ରୀଧାରୀ ଡାକ୍ତର । ସେ ଉତ୍ତରପ୍ରଦେଶ ଅଲିଗଡ଼ ଜିଲ୍ଲା ପୁରେନୀ ଗାଁର ବାସୀନ୍ଦା । ହେଲେ ଦିଲ୍ଲୀ, ଉତ୍ତରପ୍ରଦେଶ,ହରିୟାଣା ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ତା’ ନାଁରେ ମାମଲା ରହିଛି ।

ପୋଲିସ ଏହିସବୁ ମାମଲାର ଯାଞ୍ଚ ଜାରି ରଖିଛି । ଦେବେନ୍ଦ୍ର ଦିଲ୍ଲୀ ଓ ପଡୋଶୀ ରାଜ୍ୟର ଟ୍ରକ୍‌ ଓ ଟ୍ୟାକ୍ସି ଡ୍ରାଇଭରଙ୍କ ୫୦ରୁ ଅଧିକ ହତ୍ୟା ମାମଲାରେ ଅଭିଯୁକ୍ତ । ସେ ପ୍ରଥମେ ନକଲି ଗ୍ୟାସ୍‌ ଏଜେନ୍ସୀ କରି ଗିରଫ ହୋଇଥିଲା । ପରେ ଏକ ହତ୍ୟା ଅପରାଧରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇ ପାରୋଲରେ ଯାଇଥିଲା । ସେ କିଡନୀ ଚୋରୀ ଗ୍ୟାଙ୍ଗ୍‌ ସହ ମଧ୍ୟ ଜଡିତ ଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।

ହେଲେ ପାରୋଲରେ ଯାଇ ଆଉ ଫେରିନଥିଲା । ସେ ଦିଲ୍ଲୀ ବପରୋଲା ଯାଇ ସେଠାରେ ଜଣେ ବିଧବାଙ୍କୁ ବିବାହ କରି ଆତ୍ମ ଗୋପନ କରି ରହୁଥିଲା । ପୋଲିସ କୈାଣସି ସୂତ୍ରରୁ ଖବର ପାଇ ଦେବେନ୍ଦ୍ରକୁ ମଙ୍ଗଳବାର ଗିରଫ କରିଛି । ମହେନ୍ଦ୍ର ନାମରେ ବିଭିନ୍ନ ରାଜ୍ୟରେ ବହୁ ଅପରାଧୀକ ମାମଲା ଥିବା ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.