ମୟୂରଭଞ୍ଜ: ସାମାନ୍ୟ ବଚସାକୁ କେନ୍ଦ୍ରକରି ରକ୍ତାକ୍ତ ସଂଘର୍ଷ , ଯବାନଙ୍କୁ ଛୁରାମାଡ

ରାଇରଙ୍ଗପୁର(କେନ୍ୟୁଜ୍):  ସାମାନ୍ୟ ବଚସାକୁ କେନ୍ଦ୍ରକରି ରକ୍ତାକ୍ତ ସଂଘର୍ଷ , ଯବାନଙ୍କୁ ଛୁରାମାଡ।  ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ରାଇରଙ୍ଗପୁର ବସଷ୍ଟାଣ୍ଡରେ ଘଟିଛି ଏଭଳି ଏକ ଘଟଣା। ଦେବାଶିଷ ସୋରେନ ନାମକ ଜଣେ ଯବାନ ଛୁଟିରେ ଘରକୁ ଫେରୁଥିବା ବେଳେ ରାଇରଙ୍ଗପୁର ବସଷ୍ଟାଣ୍ଡରେ ଜଣେ ନାବାଳକଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମାଡପିଟ ଆରମ୍ଭ ହୋଇଥିବା ବେଳେ ଘଟଣା ଛୁରାମାଡ ପର୍ଯ୍ୟନ୍ତ ଯାଇଥିଲା ।

ଯବାନ ଦେବାଶିଷ ସୋରେନଙ୍କ ପିଠିରେ ଛୁରାମାଡ ହୋଇଥିବା ବେଳେ ନାବାଳକ ଜଣକ ମଧ୍ୟ ଆହତ ହୋଇଛନ୍ତି ।  ଖବର ପାଇ ଟାଉନ ଥାନା ପୋଲିସ ଯବାନ ଓ ନାବାଳକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ନାବାଳକ ଜଣକ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିସ୍ଥା ପରେ ତାଙ୍କୁ ଥାନାରେ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଚଳାଇଛି ।  ଯବାନ ଜଣକ କେନ୍ଦୁଝର ଅଞ୍ଚଳର ଦେବାଶଷ ସୋରେନ ବୋଲି ଜଣାପଡ଼ିଥିବା ବେଳେ ଗୁରୁତ୍ୱର ଭାବେ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

Leave A Reply

Your email address will not be published.