Below header

ହସ୍‌ପିଟାଲ୍‌ ଭର୍ତ୍ତି ହେଲେ ସୋନିଆ ଗାନ୍ଧି, ଡାକ୍ତର କହିଲେ ରୁଟିନ୍‌ ଚେକ୍‌ଅପ୍‌

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀ ସ୍ଥିତ ସାର୍‌ ଗଙ୍ଗାରାମ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ଏହାର ତାଙ୍କର ରୁଟିନ୍‌ ଚେକ୍‌ ଅପ୍‌ ବୋଲି କୁହାଯାଇଛି । ଡିପାର୍ଟମେଣ୍ଟ୍‌ ଅଫ୍‌ ଚେଷ୍ଟ ଆଣ୍ଡ୍‌ ରେସ୍ପିରୋଟୋରୀ ମେଡିସିନ୍‌ ବିଭାଗର ଡାକ୍ତର ଅରୂପ କୁମାର ସୋନିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଚେକ୍‌ ଅପ୍‌ କରୁଛନ୍ତି ।

ରୁଟିନ୍‌ ଚେକ୍‌ ଅପ୍‌ ସହ ତାଙ୍କର କିଛି ଟେଷ୍ଟ କରାଯିବ ବୋଲି ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଡାକ୍ତର ଡିଏସ୍‌ ରାନା ପ୍ରକାଶ କରିଛନ୍ତି । ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି ।  ତେବେ ଏହା ତାଙ୍କର ରୁଟିନ୍‌ ଚେକ୍‌ ଅପ୍‌ ବୋଲି ମେଡିକାଲ୍‌ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.