ଭୁବନେଶ୍ବର: ସହିଦ ନଗର ଭୋଇ ନଗର ବସ୍ତିରେ ସାମାନ୍ୟ କଥାକୁ ନେଇ ମହାଭାରତ, ପଡୋଶୀ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳରେ ୨ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍):ସାମନ୍ୟ ବଚସାରୁ ମହାଭାରତ। ପଡୋଶୀ ପଡୋଶୀ ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଜଣ ଗୁରୁତର। ଜଣଙ୍କୁ ଅବସ୍ଥା  ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର  କରାଯାଇଛି।  ମିଳିଥିବା ସୂଚନା ଅନୁସାରେ ସହିଦ୍ ନଗର ଥାନା ଅଧୀନସ୍ଥ ଭୋଇ ନଗର ବସ୍ତିରେ ଉଭୟ ପଡୋଶୀଙ୍କ ମଧ୍ୟରେ ଅନେକ ଦିନରୁ ବଚସା  ଲାଗି ରହୁଥିଲା ।

ଛୋଟମୋଟ କଥାକୁ ନେଇ ବେଳେ ବେଳେ ହାତାହାତି ହୋଇଯାଉଥିଲେ ଉଭୟ ପରିବାର। ତେବେ କିଛି ଦିନ ତଳେ ଏମାନଙ୍କ ଗଣ୍ଡଗୋଳ ଥମିଥିଲା। କିନ୍ତୁ ଆଜି ଛୋଟ ପିଲାଙ୍କ କଥା କଟାକଟିରେ ବଡ ମାନେ ବାହାରି ମାରପିଟ୍ ଆରମ୍ଭ କରିଦେଇଥିଲେ। ପରେ ଉଭୟ ପକ୍ଷରୁ ହାତ ହତୀଆରରେ ମାଡପିଟ ହୋଇ  ଲହୁଲୁହାଣ ହୋଇଛନ୍ତି। ଏହି ଘଟଣାରେ ୫ ଜଣ ଆହାତ ହେବା ସହିତ ୨ ଜଣ  ଗୁରୁତର ଆହାତ ହୋଇଛନ୍ତି। ଦୁଇଜଣଙ୍କୁ କଟକ ଏସସିବି ମେଡିକାଲକୁ ପଠାଇ ପୋଲିସ ଘଟଣାର ୫ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.