Below header

ନୂଆ ଶିକ୍ଷା ନୀତିକୁ ସ୍ୱାଗତ କଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ନୂଆ ଶିକ୍ଷା ନୀତିକୁ ସ୍ୱାଗତ କରିଛନ୍ତି ଶିକ୍ଷାବିତ୍‌ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତ। ଗତକାଲି ଶିକ୍ଷାନୀତିକୁ କ୍ୟାବିନେଟ ମଂଜରୀ ମିଳିଥିଲା। ସ୍କୁଲ ଶିକ୍ଷା ଢାଞ୍ଚାରେ ଆସିଛି ପରିବର୍ତ୍ତନ। ୫ ପ୍ଲସ ୩ ପ୍ଲସ ୩ ପ୍ଲସ ୪ ଢାଞ୍ଚାରେ ଶିକ୍ଷା ପ୍ରଦାନ କରାଯିବ। ନୂଆ ଶିକ୍ଷା ନୀତିରେ ଏମଫିଲ କୋର୍ସକୁ ବନ୍ଦ କରାଯିବ। ଡାକ୍ତର ଓ ଆଇନ କଲେଜ ବ୍ୟତୀତ ଅନ୍ୟ ସମସ୍ତ ଉଚ୍ଚଶିକ୍ଷା କେନ୍ଦ୍ରର ସଂଚାଳନ ସିଙ୍ଗଲ ରେଗୁଲେଟର ଜରିଆରେ ହେବ।

ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ମାତୃଭାଷା କିମ୍ବା ସ୍ଥାନୀୟ ଭାଷାରେ ହେବ। ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଉଚ୍ଚଶିକ୍ଷା କେନ୍ଦ୍ରରେ ନାମଲେଖା ପାଇଁ କମନ ଏଣ୍ଟ୍ରାନ୍‌ସ ଟେଷ୍ଟ ମାଧ୍ୟମରେ ହେବ। ଷଷ୍ଠ ଶ୍ରେଣୀ ଠାରୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ। ସମସ୍ତ ସରକାରୀ ଓ ଘରୋଇ ଶିକ୍ଷା କେନ୍ଦ୍ର ପାଇଁ ଗୋଟିଏ ନୀତି ଓ ମାନଦଣ୍ଡ ରହିବ। ବର୍ତ୍ତମାନ ପ୍ରଚଳିତ ଥିବା ଶିକ୍ଷା ନୀତି ୧୯୮୬ରେ ପ୍ରସ୍ତୁତ କରାଯାଇଥିଲା। ୧୯୯୨ରେ ଏଥିରେ ସାମାନ୍ୟ ସଂଶୋଧନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.