Below header

ଭଦ୍ରକ: ଚିଙ୍ଗୁଡି ପ୍ଲାଣ୍ଟକୁ ଯିବା ବେଳେ ବଜ୍ରାଘାତରେ ଚାଲିଗଲା ଜୀବନ

ଚାନ୍ଦବାଲି(କେନ୍ୟୁଜ୍):  ବଜ୍ରାଘାତରେ ଚାଲିଗଲା ଜଣକର ଜୀବନ। ମୃତକ ଜଣକ ହେଲେ ଚାନ୍ଦବାଲି ବ୍ଲକ ଜଳେଶ୍ବରପୁର ପଞ୍ଚାୟତର ବଳଭଦ୍ରପ୍ରସାଦ ଗାଁ ର ସରୋଜ ମହାନ୍ତି । ସରୋଜ ନିଜ ଘରୁ ମୋବାଇଲ୍ ଚାର୍ଜ କରି ନେଇ ବିଲରେ ଥିବା ଚିଙ୍ଗୁଡି ପ୍ଲାଣ୍ଟକୁ ଯାଉଥିଲେ । ତେବେ ପ୍ଲାଣ୍ଟକୁ ଯିବା ବାଟରେ ହଠାତ ବଜ୍ରାଘାତ ଘଟିଥିଲା।

ବଜ୍ରାଘାତରେ ସରୋଜକଙ୍କ ଦେହର କିଛି ଅଂଶ ପୋଡିଯାଇଥିବା ଦେଖିବାକୁ ମିଳିଛି। ସରୋଜକଙ୍କୁ ସଙ୍ଗେ ସଙ୍ଗେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ପରିବାର ଲୋକେ ।ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.