ଚୀନ୍‌କୁ ମୋଦି ସରକାରଙ୍କର ଆଉ ଏକ ଝଟ୍‌କା, ରଙ୍ଗୀନ ଟିଭି ଆମଦାନୀ ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗୁରୁବାର ବିଦେଶରୁ ଆମଦାନୀ ହେଉଥିବା ରଙ୍ଗୀନ ଟିଭ୍‌ ଉପରେ ରୋକ୍‌ ଲଗାଇଛନ୍ତି । ଯାହା ଫଳରେ ଚୀନ୍‌ ଉପରେ ଆଉ ଏକ୍‌ ଝଟ୍‌କା ଦେଇଛନ୍ତି ସରକାର । କାରଣ ବାହାର ଦେଶ ମଧ୍ୟରେ ଚୀନ୍‌ରୁ ସର୍ବାଧିକ ରଙ୍ଗୀନ ଟିଭି ଆମଦାନୀ ହୋଇଥାଏ ।

ଏହି ନିୟମ ଆଣିବା ଦ୍ୱାରା ଚୀନ୍‌ ଏଥିରେ ଅଧିକ ପ୍ରଭାବିତ ହେବ । ପୂର୍ବରୁ ରଙ୍ଗୀନ୍‌ ଟିଭି ଆମଦାନୀ ମୁକ୍ତ ଥିଲା । ଏବେ ରଙ୍ଗୀନ୍‌ ଟିଭି ଆମଦାନୀ ନୀତିରେ ସଂଶୋଧନ କରାଯାଇ ଏହାକୁ ପ୍ରତିବନ୍ଧିତ ଶ୍ରେଣୀରେ ରଖାଯାଇଛି । ଫଳରେ ଏବେ ଆମଦାନୀ କରିବାକୁ ହେଲେ ବାଣିଜ୍ୟ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡ଼ିବ । ଫଳରେ ସରକାର କେଉଁ ଦେଶରୁ ଏହା ଆସିବ ତା’ ଉପରେ ନିଷ୍ପତ୍ତି ନେଇ ପାରିବେ ।

ରଙ୍ଗୀନ ଟିଭି ଆମଦାନୀରେ ସବୁଠୁ ଆଗରେ ଚୀନ୍‌ ଥିବା ବେଳେ ତା’ ପଛକୁ ଭିଏତ୍‌ନାମ,ମାଲେସିଆ,ହଙ୍ଗ୍‌କଙ୍ଗ୍‌, କୋରିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଜର୍ମାନୀ ରହିଛି । ଭାରତ-ଚୀନ୍‌ ସଂଘର୍ଷ ପରେ ଭାରତର ଏହା ହେଉଛି ଚୀନ୍‌କୁ ୩ୟ ଝଟ୍‌କା ।

ଏଥି ପୂର୍ବରୁ ଟିକ୍‌ଟକ୍‌ ସହ ୫୯ ଟି ଆପ୍‌ ଓ ଦେଶରେ ଚାଲୁଥିବା ଚୀନ୍‌ର ସମସ୍ତ ନିର୍ମାଣକୁ ବନ୍ଦ କରିଦେଇଥିଲା । ଚୀନ୍‌ର ଅର୍ଥ ବ୍ୟବସ୍ଥାକୁ ଦୋହୋଲାଇବା ପାଇଁ ଭାରତର ଏହା ଏକ ବଡ଼ କୂଟନୈତିକ ପ୍ରୟାସ । ଚୀନ୍‌ ସହ ସଂଘର୍ଷ ପରେ ମୋଦି ସରକାର ଗୋଟିଏ ପରେ ଗୋଟିଏ ଏପରି ନିଷ୍ପତ୍ତି ଆଣୁଛନ୍ତି । ଯାହାକି ଚୀନ୍‌ ଅର୍ଥ ନୀତି ପାଇଁ ଏକ ବଡ଼ ଆହ୍ଵାନ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.