Below header

ନାବାଳିକା ଅପହରଣ ଅଭିଯୋଗକୁ ବିତିଲାଣି ୪୨ ଦିନ, କିଛି ଖୋଜ ଖବର ପାଉନି ପୋଲିସ

ଚାନ୍ଦବାଲି (କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧୀନସ୍ଥ ଉପରଦୁମୁକା ଗାଁର ଜଣେ ନାବାଳିକା ୪୨ ଦିନ ହେଲା ନିଖୋଜ ଅଛି । ସେହି ଗାଁର ଜଣେ ଯୁବକ ତାକୁ ଜୋର ଜବରଦସ୍ତ ଉଠାଇ ନେଇଥିବା ନେଇ ଝିଅର ମା ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ମାସେରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ନାବାଳିକା ଝିଅର ସନ୍ଧାନ ପାଇ ପାରିନାହିଁ l ଯାହାକୁ ନେଇ ତୀବ୍ର ଅସନ୍ତାଷ ପ୍ରକାଶ କରିଛନ୍ତି ପରିବାର ଲୋକ l ଏପରିକି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଝିଅକୁ ଉଦ୍ଧାର କରିବାକୁ ଗୁହାରୀ କରିଛନ୍ତି ପରିବାର ଲୋକ l
ଦୀର୍ଘଦିନ ହେବ ଝିଅର କୌଣସି ଖବର ମିଳୁ ନଥିବାରୁ ନାନା ଆଶା ଆଶଙ୍କାରେ ଦିନ କାଟୁଛନ୍ତି ପରିବାର ଲୋକେ l ଥାନାରେ ଦିଆଯାଇଥିବା ଏତଲା ମୁତାବକ ଉପରଦୁମୁକା ଗାଁର ମାଧବ ବେହେରାଙ୍କ ପୁଅ ଏହି କାଣ୍ଡ କରିଛି । ନାବାଳିକାକୁ ପ୍ରେମ ଜାଲରେ ଫସାଇ ଗତ ମାସ ୧୦ ତାରିଖ ରାତିରେ ଘରୁ ଡାକି ଜୋର ଜବରଦସ୍ତ ଉଠାଇ ନେଇଥିଲା l ଘର ଲୋକ ଜାଣିବା ପରେ ପୀରହାଟ ଥାନାରେ ଝିଅର ମା ଲିଖିତ ଅଭିଯୋଗ ମଧ୍ୟ କରିଥିଲେ l ହେଲେ ଏପର୍ଯ୍ୟନ୍ତ ପୀରହାଟ ପୋଲିସ ନାବାଳିକାକୁ ଉଦ୍ଧାର କରିପାରି ନଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି l
ଯଦି ପୋଲିସ ଘଟଣାକୁ ଗୁରୁତର ଭାବେ ନେଇ ଝିଅକୁ ଉଦ୍ଧାର ନକରେ ତେବେ ନାବାଳିକାର ବାପା, ମା ପୀରହାଟ ଥାନା ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି l ଅନ୍ୟପଟେ ଏହି ଘଟଣାରେ ମାମଲା ରୁଜୁ କରାଯାଇ ଏକ ଟିମ ଗଠନ ହୋଇଛି । ଖୁବ ଶୀଘ୍ର ନାବାଳିକାକୁ ଉଦ୍ଧାର କରାଯିବ ବୋଲି ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.