Below header

ଦିନ ଦ୍ୱିପହରରେ ସ୍କୁଟି ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଲୁଟର ଫୁଟେଜ

ସିସିଟିଭିରେ କଏଦ ହେଲା ଟଙ୍କା ଲୁଟର ଫୁଟେଜ। ଦିନ ଦ୍ୱିପହରରେ ସ୍କୁଟି ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିଛନ୍ତି ଦୁଇ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ନୀଳଗିରି ବଜାର ବାଇପାସ ରୋଡରେ ଘଟିଛି ଏହି ଲୁଟ। ପ୍ରଫୁଲ୍ଲ ପରିଡ଼ା ଏସବିଆଇ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରିଥିଲେ। ସ୍କୁଟିକୁ ଘର ଆଗରେ ରଖି ଭିତରକୁ ଯାଇଥିବା ବେଳେ ଦୁଇଟି କଳାରଙ୍ଗର ବାଇକରେ ଆସି ଡିକି ଭାଙ୍ଗି ଟଙ୍କା ଲୁଟି ନେଇଯାଇଥିଲେ। ଘରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ନୀଳଗିରି ପୋଲିସ ଖବର ପାଇ ନୀଳଗିରି-ଶେରଗଡ଼ ରାସ୍ତାରେ ଆମ୍ବଡିହା ଛକରେ ଦୁଇଜଣ ଯୁବତୀ ଓ ଦୁଇଜଣ ଯୁବତୀଙ୍କୁ ଧରି ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.