ସାର୍ଟିଫିକେଟ୍‌ରେ ତ୍ରୁଟି ଯୋଗୁଁ ନାଁ ଲେଖାଇ ପାରିଲେନି ଯୁବତୀ, କଲେ ଆତ୍ମହତ୍ୟା ଉଦ୍ୟମ

ପୁରୀ (କେ ନ୍ୟୁଜ୍‌) : ସାର୍ଟିଫିକେଟ୍‌ ତ୍ରୁଟି ଯୋଗୁଁ ନାମ ଲେଖାଇ ନ ପାରିବାରୁ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇ ଦେଲେ ପୁରୀ ସଦର ଥାନା କୁରୁଣ୍ଟି ଗାଁର ମିଲି ସେଠୀ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି । କୁରୁଣ୍ଟିର ବାଦଲ ସେଠୀଙ୍କୁ ବିବାହ କରିଥିଲେ ମିଲି ସେଠୀ । ବିବାହ ପରେ ଯୁକ୍ତ ୩ ପଢିବାକୁ ଇଚ୍ଛା ପ୍ରକାଶ କରିଥିଲେ । ମିଲିଙ୍କ ସମସ୍ତ ସାର୍ଟିଫିକେଟ୍‌ରେ ତାଙ୍କ ପିତାଙ୍କ ନାଁ ଶିଖର ସେଠୀ ଉଲ୍ଲେଖ ଥିବା ବେଳେ ଜାତିଗତ ସାର୍ଟିଫିକେଟ୍‌ରେ ନାଁ ଭୁଲ୍‌ ଥିଲା । ଗତ ୨୩ ତାରିଖରେ ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷରେ ନାମ ଲେଖାଇବାକୁ ଆସିଥିଲେ । ହେଲେ ଜାତିଗତ ପ୍ରମାଣପତ୍ର ଓ ଅନ୍ୟ ସାର୍ଟିଫିକେଟ୍‌ ମେଳ ଖାଉନଥିବାରୁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ନାମଲେଖା ପାଇଁ ମନା କରି ଦେଇ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.