ବିଧାନସଭାରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟ, ପ୍ରତିବାଦରେ ବିକ୍ଷୋଭ କଲା ଭଦ୍ରକ ଜିଲ୍ଲା କଂଗ୍ରେସ
ବିଧାନସଭାରେ ମୁସଲିମ ମହିଳାଙ୍କ ପ୍ରତି ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟର ତୀବ୍ର ବିରୋଧ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ । ଏନେଇ କଂଗ୍ରେସ କର୍ମୀ ଓ ମୁସଲିମ ସଂପ୍ରଦାୟର ଲୋକ ବିକ୍ଷୋଭ କରିଛନ୍ତି । ସେମାନେ ମଦିନା ମଇଦାନ ଠାରୁ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ପ୍ରତିବାଦ ସଭା ଓ ବିକ୍ଷୋଭ ପରେ ବିଧାୟକ ବିଷ୍ଣୁ ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସେମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ କେନ୍ଦ୍ରାପଡ଼ାରେ କଂଗ୍ରେସ ଓ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି । ଏହି ଘଟଣାରେ ବିକ୍ଷୋଭକାରୀମାନେ ବିଷ୍ଣୁ ସେଠୀଙ୍କ ଇସ୍ତଫା ଦାବି କରିଛନ୍ତି ।