କର୍ମ ହିଁ ଭଗବାନ : ଏହାକୁ ପ୍ରମାଣ କରି ଦେଖେଇଛନ୍ତି ଜୋମାଟୋର ଏହି ଡେଲିଭରୀ ବୟ, ଦେଖନ୍ତୁ ଭିଡିଓ
ଏହି ଦିନରେ ଜୋମାଟୋର ମାମଲା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କିଏ ଜୋମାଟୋ ଆପରେ ନିଜ ମୋବାଇଲରେ ଅଭିଯୋଗ କରୁଛନ୍ତି ଆଉ କେହି ଖାଦ୍ୟରେ ଚନ୍ଦନ ଏବଂ ଟୋପି ଲଗାଉଛନ୍ତି। କାମକୁ ଭଗବାନ ବୋଲି ପ୍ରମାଣ କରାଇଦେଖାଇଛନ୍ତି ଜୋମାଟୋର ଡେଲିଭରୀ ବୟ। ସେ ନିଜ ଜୀବନକୁ ବାଜି ଲଗାଇ ଗ୍ରାହକଙ୍କୁ ସର୍ଭିସ ଦେବା ପାଇଁ ବନ୍ୟା ପାଣିରେ ପଶିଯାଇଛନ୍ତି। ସେ ପାଣିର ସ୍ରୋତକୁ ଖାତିର ନକରି ସର୍ଭିସ ଦେବା ପାଇଁ ପାଣି ଭିତରେ ପଶି ଯାଇଛନ୍ତି। ଡେଲିଭରୀ କର୍ମଚାରୀ ସର୍ଭିସ ଦେବା ପାଇଁ ସବୁବେଳେ ତତ୍ପର ବୋଲି ଏହି ଭିଡିଓରେ ସେ ବହୁତ ସୁନ୍ଦର ଭାବେ ପ୍ରମାଣ କରିଦେଖାଇଛନ୍ତି।
ଜୋମାଟୋ କର୍ମଚାରୀ ପ୍ରଖର ବର୍ଷାରେ ନିଜ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଯାଉଥିଲେ। ଏହି ସମୟରେ ତାଙ୍କ ବାଇକ ଏବଂ ସେ ଦୁହେଁ ପାଣିରେ ଫସିଗଲେ। ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଏହାସହ ପଢ଼ନ୍ତୁ : ଜୋମାଟୋ ଡେଲିଭରୀ ବୟ ୫ ମାସ ରୋଜଗାରରେ କିଣିଲେ ନିଜ ସ୍ବପ୍ନର ବାଇକ୍
ଭିଡିଓରେ ଆପଣମାନେ ଦେଖିପାରିବେ ଯେ ଜଣେ ବ୍ୟକ୍ତି ପିଠିରେ ଜୋମାଟୋର ବ୍ୟାଗ୍ ପକାଇଛନ୍ତି। ଯାହା ଆଣ୍ଠୁଏ ପାଣିରେ ବୁଡିଯାଇଛି। ଏହାସହିତ ବ୍ୟକ୍ତିଙ୍କ ବାଇକ୍ ମଧ୍ୟ ଫସି ହୋଇରହିଥିଲା। କିଛି ଲୋକ ତାଙ୍କୁ ସାହାଯ୍ୟ କରିଥିଲେ ଯାହାପରେ ସେ ଗ୍ରାହକଙ୍କୁ ଖାଦ୍ୟ ଡେଲିଭର କରିବା ପାଇଁ ଗଲେ।
ଏହି ଭିଡିଓଟି ସେୟାର ହେବା ମାତ୍ରକେ ୧୬ ହଜାରରୁ ଅଧିକ ଜଣ ଏହାକୁ ଦେଖିସାରିଲେଣି। ଏହା ସହିତ ୭୦୦ରୁ ଅଧିକ ରିଟ୍ବିଟ ମଧ୍ୟ ହୋଇସାରିଲାଣି ଏବଂ ୨୦୦୦ ରୁ ଅଧିକ ଲାଇକ୍ ମିଳିସାରିଲାଣି। କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ଏହା ଜଡିପାଡିନାହିଁ ଭିଡିଓଟି କେବେ ଓ କେଉଁଠାରେ।