ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ହସପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ
ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଗୁରୁତର ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତର ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟଛି ।

ଜଳେଶ୍ୱର : ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଗୁରୁତର ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତର ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟଛି ।
ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତି ଗତକାଲି ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ବେଳେ ହଠାତ ଟିକିରାପଡ଼ା ଗାଁର ଜୟନ୍ତ ମହାନ୍ତି ସ୍କୁଲ ଭିତରେ ପଶି ତାଙ୍କୁ ଗାଳିଗୁଲଜ କରିଥିଲେ । ଏହାସହିତ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ ।
ଶିକ୍ଷୟତ୍ରୀ ଜଣକ ବିଦ୍ୟାଳୟ ବାହାରକୁ ଦୌଡି ପଳାଇବା ସମୟରେ ସ୍କୁଲ ଗେଟ ପାଖରେ ଥିବା ଜୟନ୍ତଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ । ଏଥିସହ ତାଙ୍କର ମୋବାଇଲ ଫୋନ ଛଡ଼ାଇ ନେଇଥିଲେ । ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ପହଞ୍ଚିବାରୁ ଆକ୍ରମଣକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।
ଶିକ୍ଷୟିତ୍ରୀଙ୍କୁ ମାଡ ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆକ୍ରମଣର କାରଣ ଜଣା ପଡି ନଥିବା ବେଳେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ବାଲିଆପାଳ ଥାନା ପୋଲିସ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।