Below header

କର୍ଣ୍ଣାଟକ: ଜଙ୍ଗଲରେ ଅଫ୍‌-ରୋଡିଂ ପାଇଁ ୧୫ ବେଙ୍ଗାଲୁରୁ ପର୍ଯ୍ୟଟକଙ୍କ ନାଁରେ ମାମଲା, ଜବତ ହେଲା ୧୦ ଗାଡ଼ି

କର୍ଣ୍ଣାଟକ ବନାଞ୍ଚଳରେ ଜଙ୍ଗଲ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବେଙ୍ଗାଲୁରୁର ୧୫ ପର୍ଯ୍ୟଟକଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନଙ୍କ ପାଖରୁ ୧୦ ଚାରିଚକିଆ ଗାଡ଼ି ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଏହି ପର୍ଯ୍ୟଟକମାନେ କର୍ଣ୍ଣାଟକର ବନାଞ୍ଚଳରେ ଅଫ୍‌-ରୋଡ୍‌ ଡ୍ରାଇଭିଂ କରୁଥିଲେ।

ଜୁଲାଇ ୧୫ରେ ଅଚନାହଲ୍ଲୀ ନିକଟ ମୁରକନୁ ଗୁଡା ଜଙ୍ଗଲରେ ହାସନ ଜିଲ୍ଲାର ସକଲେଶପୁର ରେଞ୍ଜ ଅଧିକାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲେ। ଏହି ସମୟରେ ଅଧିକାରୀମାନେ ବେଙ୍ଗାଲୁରୁର କିଛି ପର୍ଯ୍ୟଟକଙ୍କୁ ଅଟକାଇଥିଲେ। ଏହି ପର୍ଯ୍ୟଟକମାନେ ଜଙ୍ଗଲରେ ଅଫ୍‌-ରୋଡ୍‌ ଦୁଃସାହସିକ ଯାତ୍ରାରେ ଥିଲେ।

ବନ ଅଧିକାରୀମାନେ କହିଛନ୍ତି ଯେ ପର୍ଯ୍ୟଟକମାନେ ଜଙ୍ଗଲ ଅତିକ୍ରମ କରିବାକୁ ଯାଇ ଗାଡ଼ିଗୁଡ଼ିକୁ ମୁରକନୁ ଗୁଡ଼ା ଶିଖର ପର୍ଯ୍ୟନ୍ତ ନେଇଯାଇଥିଲେ। ଆମେ ଗାଡିଗୁଡ଼ିକୁ ଅଟକାଇ ନିୟମ ଉଲ୍ଲଂଘନ ପାଇଁ ଜବତ କରିଛୁ। କର୍ଣ୍ଣାଟକ ଜଙ୍ଗଲ ଅଧିନିୟମ ୧୯୬୩ର ସମ୍ବନ୍ଧିତ ଧାରା ଅଧୀନରେ ୧୫ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଅଧିକାରୀମାନଙ୍କ କହିବା ହେଲା, ଜଙ୍ଗଲରେ ଗାଡି ଚଲାଇବା ଦ୍ୱାରା ଗଛ ନଷ୍ଟ ହେବ। ଆମେ ପୂର୍ବରୁ ହୋମଷ୍ଟେ ଏବଂ ରିସର୍ଟ ଚଳାଉଥିବା ଲୋକଙ୍କୁ ଜଙ୍ଗଲରେ କୌଣସି କାର୍ଯ୍ୟକ୍ରମ ନ କରିବାକୁ ଚେତାବନୀ ଦେଇଛୁ। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଜାରି ରଖିବୁ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.