Below header

ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଲେ ୧୫ ଲକ୍ଷ ଟଙ୍କା

ଢ଼େଙ୍କାନାଳ(କେନ୍ୟୁଜ୍‌) : ଢେଙ୍କାନାଳ ପରଜଙ୍ଗ ଥାନା ଲୋଧଣୀ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଗରୁ ଜଣେ ବ୍ୟବସାୟୀଙ୍କ କର୍ମଚାରୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୩ଜଣ ଦୁର୍ବୁତ୍ତ । ଉକ୍ତ କର୍ମଚାରୀଙ୍କୁ ଦୁର୍ବୃତ୍ତ ମାନେ ଭୁଜାଲିରେ ହାଣି ଟଙ୍କା ଝାମ୍ପି ନେଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, କନ୍ଦରସିଙ୍ଗା ଗାଁର ବ୍ୟବସାୟୀ କ୍ଷୀରୋଦ କୁମାର ସାହୁଙ୍କ ଦୋକାନ ଭାଲୁମୁଣ୍ଡା ଛକରେ ରହିଛି। ଆଜି ତାଙ୍କ ମ୍ୟାନେଜର ଜୟନ୍ତ ଆଚାର୍ଯ୍ୟ ଓ କର୍ମଚାରୀମାନେ ଏକ ପିକଅପ ଗାଡ଼ିରେ ୧୫ ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଡିପୋଜିଟ ପାଇଁ ଯାଇଥିଲେ ।

ହେଲେ ବ୍ୟାଙ୍କ ଆଗରେ ୩ ଜଣ ଦୁବୃ ର୍ତ୍ତ ଏକ ବାଇକରେ ଆସି ଉକ୍ତ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଝାମ୍ପି ପଳାଇଥିଲେ । ମ୍ୟାନେଜର ଜୟନ୍ତ ଗୁରୁତର ଭାବରେ ଆହତ ହୋଇଛନ୍ତି । ଖବର ପାଇ ପରଜଙ୍ଗ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.