କାନପୁରରେ ଆହତ ଅବସ୍ଥାରେ ମିଳିଲା ବିଶାଳକାୟ ହିମାଳୟ ଶାଗୁଣା; ଚାରିପାଖରେ ଛିଡ଼ା ହୋଇ ଫଟୋ ଉଠାଇଲେ ଲୋକେ

ଉତ୍ତର ପ୍ରଦେଶର କାନପୁରରେ ଏକ ବିଶାଳକାୟ ହିମାଳୟ ଗ୍ରିଫନ୍ ଶାଗୁଣା ଉଦ୍ଧାର ହୋଇଛି। ଏହି ଦୁର୍ଲ୍ଲଭ ଶାଗୁଣା ମିଳିବା ପରେ ସେଠାକାର ଲୋକେ ତାକୁ ଧରି ଫଟୋ ଉଠାଇବାକୁ ଲାଗିଥିଲେ। ଦେଖୁ ଦେଖୁ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା।

ସ୍ଥାନୀୟ ଲୋକେ କହିଛନ୍ତି ଯେ ଏହି ଶାଗୁଣା ଏକ ସପ୍ତାହ ହେବ ଏହିଠାରେ ହିଁ ଥିଲା, କିନ୍ତୁ କାହା ହାତରେ ଧରାପଡ଼ୁ ନ ଥିଲା। ଯେତେବେଳେ ଲୋକମାନେ ତାକୁ କାବୁ କରିନେଲେ, ତ ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଲୋକେ ଏହା ସହିତ ଫଟୋ ଉଠାଇଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଭିଡିଓ କରିବାକୁ ଲାଗିଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି କି, ଲୋକମାନେ ଶାଗୁଣାର ଡେଣାକୁ ମେଲାଇ ଦେଖୁଛନ୍ତି। ଏହାର ଡେଣା ପାଖାପାଖି ୫ ଫୁଟ୍‌ ଲମ୍ବା ରହିଛି। ଭିଡିଓକୁ ଟ୍ୱିଟରରେ ସେୟାର କରାଯିବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଖବର ଲେଖାଯିବା ସୁଦ୍ଧା ଏହି ଭିଡିଓକୁ ୯୫.୫ ହଜାର ଭ୍ୟୁ ଏବଂ ୫୦୦ରୁ ଅଧିକ ଲାଇକ୍ ମିଳି ସାରିଥିଲା।

ରିପୋର୍ଟ ଅନୁସାରେ, କାନପୁରର ଇଦ୍‌ଗାହ କବ୍ରିସ୍ଥାନରେ ଲୋକମାନେ ଏହି ହିମାଳୟ ଗ୍ରିଫନ୍ ଶାଗୁଣାକୁ ଦେଖିବାକୁ ପାଇଥିଲେ। ଏହାକୁ ଦେଖିଲେ ଲାଗୁଥିଲା କି, ଏହା ଅସୁସ୍ଥ ଅଛି। ଶାଗୁଣାକୁ ସ୍ଥାନୀୟ ଲୋକେ କାବୁ କରିବା ପରେ ଫଟୋ ଉଠାଇବାରେ ଲାଗିଥିଲେ। ପରେ ଏହାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା।

ଭିଡିଓରେ ଲୋକମାନେ ଶାଗୁଣା ଚାରିପାଖରେ ଛିଡ଼ା ହୋଇ ଫଟୋ ଉଠାଉଥିବାର ଦେଖାଯାଉଛନ୍ତି। ସେପଟେ କିଛି ଲୋକ ଶାଗୁଣାର ଡେଣାକୁ ମେଲାଇ ଧରିଛନ୍ତି। ଶାଗୁଣାର ବେକ ତଳକୁ ରହିଛି। ତେବେ ସେପଟେ ସୋସିଆଲ ମିଡିଆରେ ୟୁଜରମାନେ ଶାଗୁଣାକୁ ଯଥାଶୀଘ୍ର ମୁକ୍ତ କରିବାକୁ କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.