Below header

ଟ୍ୟୁସନ୍‌ ରୁ ଫେରିବା ବାଟରେ ଛାତ୍ରର ଗଳା କାଟିଦେଲେ ଦୁର୍ବୃତ୍ତ

କଳାପଲସରରେ ଆସି ଟ୍ୟୁସନ ଛାତ୍ରଙ୍କୁ ଛୁରାମାଡ କଲା ଦୁଇ ଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ। ଆଠଗଡ ଥାନା କୁଲାଇଲୋ ବଜାରରେ ଘଟିଛି ଏଭଳି ଘଟଣା । ସ୍ଥାନୀୟ ଲୋକଙ୍କ ଦ୍ବାରା ଆଠଗଡ ଡାକ୍ତରଖାନାରେ ଭର୍ତ୍ତି ।

ଆଠଗଡ଼ (କେନ୍ୟୁଜ୍‌ ଓଡ଼ିଶା): ଦଶମ ଶ୍ରେଣୀ ଛାତ୍ରର ଗଳା କାଟିଦେଲେ ଦୁର୍ବୃତ୍ତ। ବିଚ ବଜାରରେ ବେକକୁ ଛୁରୀରେ କାଟି ଫେରାର ହୋଇଗଲେ ଦୁର୍ବୃତ୍ତ। ଆଠଗଡ଼ର କୁଲେଇଲୋ ବଜାର ଉପରେ ଅଘଟଣ। ଦଶମ ଶ୍ରେଣୀର ଜଣେ ଛାତ୍ର ଟିଉସନରୁ ଫେରୁଥିବା ବେଳେ ଦୁଇ ଅଜଣା ଦୁର୍ବୃତ୍ତ କଳା ପଲସରରେ ଆସି ତାଙ୍କ ଗଳାକୁ ଛୁରୀରେ କାଟି ଦେଇଥିଲେ। ପରେ ଘଟଣାସ୍ଥଳରୁ ଦୁଇ ଦୁର୍ବୃତ୍ତ ଦ୍ରୁତ ଗତିରେ ଫେରାର ହୋଇଯାଇଛନ୍ତି। ଛାତ୍ର ଜଣକୁ ଗୁରୁତର ଅବସ୍ଥାରେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବେକରେ ଗଭୀର ଆଘାତ ଲାଗିଛି। ଛାତ୍ର ଜଣକ ଆଠଗଡ଼ ଥାନା ଉଦୟପୁର ଗାଁର ସୂର୍ଯ୍ୟ ନାରାୟଣ ଦାସ ବୋଲି ଜଣାପଡ଼ିଛି। କିଏ ଓ କାହିଁକି ତାଙ୍କ ଗଳାକୁ କାଟିଲା ତାର କାରଣ ଅସ୍ପଷ୍ଟ ରହିଛି। ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.