୧୦ ବର୍ଷ ପ୍ରେମ, ଚରିତ୍ରକୁ ନେଇ ସନ୍ଦେହ ହେବାରୁ ହୋଟେଲ ଡାକି ପ୍ରେମିକାକୁ ଗୁଳି ମାରିଦେଲା ପ୍ରେମିକ

ମୃତ ମହିଳା ହେଲେ ବନ୍ଦନା ଦ୍ୱିବେଦୀ । ସେ ଏକ ପ୍ରତିଷ୍ଠିତ ଆଇଟି କମ୍ପାନୀରେ କାମ କରୁଥିଲେ ଏବଂ ତାଙ୍କ ପ୍ରେମିକ ରିଷଭ ନିଗମ ଲକ୍ଷ୍ନୌର ନିବାସୀ । ଗତ ୧୦ ବର୍ଷ ହେବ ଉଭୟ ପରସ୍ପରକୁ ଜାଣିଥିଲେ ଏବଂ ପ୍ରେମ ସମ୍ପର୍କରେ ଥିଲେ ।

ପୁନେର ଏକ ହୋଟେଲରେ ଜଣେ ମହିଳା ଆଇଟି ପ୍ରଫେସନାଲଙ୍କୁ ତାଙ୍କ ପ୍ରେମିକ ଗୁଳି କରି ହତ୍ୟା କରିଛି । ପୋଲିସ ସୂଚନା ମୁତାବକ, ଗତ ଶନିବାର ପିମ୍ପରୀ ଚିଞ୍ଚଓ୍ଵାଡର ହିଞ୍ଜେଓ୍ଵଡି ଅଞ୍ଚଳରେ ଥିବା ଓୟୋ ଟାଉନ୍‌ ହାଉସ୍‌ ହୋଟେଲରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ପ୍ରେମିକ ରିଷଭ ନିଗମଙ୍କୁ ମୁମ୍ବାଇରୁ ଗିରଫ କରାଯାଇଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ମୃତ ମହିଳା ହେଲେ ବନ୍ଦନା ଦ୍ୱିବେଦୀ । ସେ ହିଞ୍ଜେଓ୍ଵଡିରେ ଏକ ପ୍ରତିଷ୍ଠିତ ଆଇଟି କମ୍ପାନୀରେ କାମ କରୁଥିଲେ ଏବଂ ତାଙ୍କ ପ୍ରେମିକ ରିଷଭ ଲକ୍ଷ୍ନୌର ନିବାସୀ । ଗତ ୧୦ ବର୍ଷ ହେବ ଉଭୟ ପରସ୍ପରକୁ ଜାଣିଥିଲେ ଏବଂ ପ୍ରେମ ସମ୍ପର୍କରେ ଥିଲେ ।

ରିଷଭ ପ୍ରେମିକାଙ୍କୁ ଭେଟିବା ପାଇଁ ପୁନେ ଆସିଥିଲେ । ସେମାନେ ହିଞ୍ଜେଓ୍ଵଡିରେ ଏକ ହୋଟେଲ ବୁକ୍‌ କରିଥିଲେ, ଯେଉଁଠି ଜାନୁୟାରୀ ୨୫ରୁ ଦୁହେଁ ରହୁଥିଲେ । ପୋଲିସ କହିିଛି ଯେ ରିଷଭ ବନ୍ଦନାଙ୍କୁ ମାରିବା ପାଇଁ ଯୋଜନା କରି ପୁନେ ଆସିଥିଲେ । କାରଣ, ସେ ପ୍ରେମିକାର ଚରିତ୍ର ଉପରେ ସନ୍ଦେହ କରୁଥିଲେ ।

ରିଷଭ ବନ୍ଦନାଙ୍କୁ ଗୁଳି ମାରିବା ପରେ ରାତି ପ୍ରାୟ ୧୦ଟାରେ ହୋଟେଲ ରୁମ୍‌ରୁ ବାହାରୁଥିବା ସିସିଟିଭି ଫୁଟେଜରେ ଦେଖାଯାଉଛି । ଏହି ହତ୍ୟାକାଣ୍ଡ ଘଟାଇବା ପରେ ରିଷଭ ମୁମ୍ବାଇ ପଳାଇ ଯାଇଥିଲେ, କିନ୍ତୁ ସେଠାରୁ ପୋଲିସ ତାଙ୍କୁ ଗିରଫ କରିଛି । ଏହାସହ ବନ୍ଦନାଙ୍କ ମୃତଦେହ ମିଳିଥିବା ହୋଟେଲ ରୁମ୍‌କୁ ସିଲ୍‌ କରିଦେଇଛି । ରିଷଭ ବନ୍ଧୁକ କେଉଁଠାରୁ ଆଣିଲେ, ସେ ନେଇ ପୋଲିସ ଖୋଳତାଡ଼ କରୁଛି । ହିଞ୍ଜେଓ୍ଵଡିର ଲକ୍ଷ୍ମୀଚୌକରେ ଥିବା ହୋଟେଲର ରୁମ୍‌ ନମ୍ବର ୩୦୬ରେ ଏହି ଗୁଳିକାଣ୍ଡ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.