ଜନ୍ମଦିନରେ ମହମବତୀ ଜାଳିବା ଏବଂ ଲିଭାଇବାର ଅଦ୍ଭୁତ ରୀତିନୀତି କିଏ ଆରମ୍ଭ କଲା? ଜାଣନ୍ତୁ ଏହାର ଇତିହାସ

ଜନ୍ମଦିନରେ, ଆମେ ସମସ୍ତେ କେକ୍ ଉପରେ ଏକ ମହମବତୀ ଜଳାଇଥାଉ ଏବଂ ଯାହାର ଜନ୍ମଦିନ ସେ ଏହାକୁ ଫୁଙ୍କି ଲିଭାଇଥାଏ । ଏହି ଧାରା ବର୍ଷ ବର୍ଷ ଧରି ଚାଲିଆସୁଛି, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହାକୁ କିଏ ଆରମ୍ଭ କରିଛି? ତେବେ ଆସନ୍ତୁ ଜାଣିବା କିଏ ଜନ୍ମଦିନରେ ମହମବତୀ ଜଳାଇବା ଏବଂ ଏହାକୁ ଫୁଙ୍କି ଲିଭାଇବାର ପ୍ରଥା ଆରମ୍ଭ କରିଥିଲେ ।

ଜନ୍ମଦିନରେ, ଆମେ ସମସ୍ତେ କେକ୍ ଉପରେ ଏକ ମହମବତୀ ଜଳାଇଥାଉ ଏବଂ ଯାହାର ଜନ୍ମଦିନ ସେ ଏହାକୁ ଫୁଙ୍କି ଲିଭାଇଥାଏ । ଏହି ଧାରା ବର୍ଷ ବର୍ଷ ଧରି ଚାଲିଆସୁଛି, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହାକୁ କିଏ ଆରମ୍ଭ କରିଛି? ତେବେ ଆସନ୍ତୁ ଜାଣିବା କିଏ ଜନ୍ମଦିନରେ ମହମବତୀ ଜଳାଇବା ଏବଂ ଏହାକୁ ଫୁଙ୍କି ଲିଭାଇବାର ପ୍ରଥା ଆରମ୍ଭ କରିଥିଲେ । କେକ୍ ଉପରେ ଏକ ମହମବତୀ ଜଳାଇବା ଏବଂ ପରେ ଏହାକୁ ଲିଭାଇବା ପରମ୍ପରା ପ୍ରଥମେ ପ୍ରାଚୀନ ସଭ୍ୟ ଦେଶ ଗ୍ରୀସରେ ଆରମ୍ଭ ହୋଇଥିଲା ।

ଶତାବ୍ଦୀ ପୂର୍ବରୁ, ଏହି ଦେଶର ଲୋକମାନେ ନିଜ ପୂଜାପାଠ ସ୍ଥାନକୁ ଏକ କେକ ଉପରେ ଜଳୁଥିବା ମହମବତୀ ନେଇ ଯାଉଥିଲେ । କେବଳ ସେଠାକୁ ଯିବା ପରେ ହିଁ ଏଠାକାର ଲୋକମାନେ କେକ୍ କାଟୁଥିଲେ ଏବଂ ଏହାପରେ ସେମାନେ ଏହି ମହାମବତୀକୁ ଲିଭାଉଥିଲେ । ଗ୍ରୀସର ଲୋକମାନେ ବିଶ୍ୱାସ କରୁଥିଲେ ଯେ ଏହି ମହମବତୀରୁ ନିର୍ଗତ ଧୂଆଁ ଭଗବାନଙ୍କ ନିକଟକୁ ଯାଏ । ଏଭଳି ପରିସ୍ଥିତିରେ ଏଠାକାର ଲୋକମାନେ ଏହି ପ୍ରଥା ଆରମ୍ଭ କରିଥିଲେ ।

କୁହାଯାଏ ଯେ କେକ୍ ଉପରେ ରଖାଯାଇଥିବା ପ୍ରଥମ ମହମବତୀ ୧୭୪୬ ମସିହାରେ ଗ୍ରୀସରେ ହୋଇଥିଲା । ବାସ୍ତବରେ, ଏହି ଦିନଟି ଜଣେ ମହାନ ସୋସିଆଲ ୱାର୍କରଙ୍କର ଜନ୍ମଦିନ ଥିଲା । ଏହି ଦିନଠାରୁ କେକ୍ କାଟିବା ପୂର୍ବରୁ ମହମବତୀ ଲିଭାଇବା ଏଠାରେ ଆରମ୍ଭ ହୋଇଥିଲା । କିନ୍ତୁ ଭାରତରେ ମହାମବତୀକୁ ଲିଭାଇବା ଅଶୁଭ ବୋଲି ବିବେଚନା କରାଯାଏ, ତଥାପି ଆଜିକାଲି ପାଶ୍ଚାତ୍ୟ ସଂସ୍କୃତିକୁ ଅନୁସରଣ କରି ଲୋକମାନେ ସେହିଭଳି ପରମ୍ପରା ଅନୁଯାୟୀ ଏଠାରେ ଜନ୍ମଦିନ ପାଳନ କରିବା ଆରମ୍ଭ କରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.