ଜସପ୍ରୀତ ବୁମରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି, କଟିଲା ମ୍ୟାଚ୍‌ ଫି

ଆଇସିସି ଜସପ୍ରୀତ ବୁମରାଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବୁମରାଙ୍କ ମ୍ୟାଚ ଫି ୫୦ ପ୍ରତିଶତ କଟିବା ସହିତ ଡିମେରିଟ ଅଙ୍କ ତାଙ୍କ ରେକର୍ଡରେ ଲାଗିଛି ।

ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ ସିରିଜର ପ୍ରଥମ ମ୍ୟାଚ ଭାରତ ମାତ୍ର ୨୮ ରନରେ ହାରିଯାଇଛି । ଏହି ପରାଜୟ ପରେ ଭାରତୀୟ ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରାଙ୍କୁ ବଡ ଝଟକା ଲାଗିଛି । ଆଇସିସି ଜସପ୍ରୀତ ବୁମରାଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବୁମରାଙ୍କ ମ୍ୟାଚ ଫି ୫୦ ପ୍ରତିଶତ କଟିବା ସହିତ ଡିମେରିଟ ଅଙ୍କ ତାଙ୍କ ରେକର୍ଡରେ ଲାଗିଛି ।

ବୁମରା ହାଇଦ୍ରବାଦ ଟେଷ୍ଟରେ ଚତୁର୍ଥ ଦିନରେ ବଡ ଭୁଲ୍‌ କରିଛନ୍ତି । ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ସମୟରେ ଆଇସିସି ଆଚାର ସଂହିତା ଲେବଲ ୧ ଉଲ୍ଲଙ୍ଘନ କରିବା ପାଇଁ ବୁମରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଆଇସିସି ବୁମରାଙ୍କୁ ଏକ ଡିମେରିଟ ଅଙ୍କ ଦେବା ସହିତ ମ୍ୟାଚର ୫୦ ପ୍ରତିଶତ ଫିସ କାଟିଦେଇଛି । ବୁମରା ଆଇସିସି ଆଚାର ସଂହିତାର ଅନୁଚ୍ଛେଦ ୨.୧୨ର ଉଲ୍ଲଙ୍ଘନ କରିଛନ୍ତି । ଯାହା କୌଣସି ଖେଳାଳି, ଅମ୍ପାୟର, ମ୍ୟାଚ ରେଫରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ସହିତ ଭୁଲଢଙ୍ଗରେ ଛୁଇଁବା ସମ୍ବନ୍ଧୀୟ ।

ଇଂଲଣ୍ଡର ଦ୍ୱିତୀୟ ଇନିଂରେ ବୁମରା ବୋଲିଂ କରୁଥିଲେ । ଏହି ସମୟରେ ଜାଣିଶୁଣି ଇଂଲଣ୍ଡ ଖେଳାଳି ଓଲି ପୋପ ରାସ୍ତାକୁ ଆସିଯାଇଥିଲେ ବୁମରା । ଏହାଦ୍ୱାରା ଭୁଲଢଙ୍ଗରେ ଛୁଇଁ ଦେଇଥିଲେ । ଏହା ବର୍ଷକ ମଧ୍ୟରେ ବୁମରାଙ୍କ ପ୍ରଥମ ଭୁଲ । ତେଣୁ ତାଙ୍କ ରେକର୍ଡରେ ଏକ ଡିମେରିଟ ଅଙ୍କ ଯୋଡାଯାଇଛି । ତେବେ ଏହାକୁ ନେଇ ବୁମରା ନିଜର ଭୁଲ ସ୍ୱୀକାର କରିଛନ୍ତି । ଏମିରେଟ୍ସ ଆଇସିସି ଏଲିଟ ପ୍ୟାନେଲ ଅଫ ମ୍ୟାଚ ରେଫରୀର ରିଚି ରିଚାର୍ଡସନ ଲଗାଇଥିବା ଦଣ୍ଡକୁ ସ୍ୱୀକାର କରିନେଇଛନ୍ତି । ତେଣୁ ଏଥିପାଇଁ କୌଣସି ଔପଚାରିକ ଶୁଣାଣିର ଆବଶ୍ୟକତା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.