କେନପିଓ ଓ କିଚେନ ସେଣ୍ଟରର ଉଦଘାଟନ କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ମେଡିକାଲ କ୍ୟାମ୍ପସ ପରିସରରେ NBCC ଭାରତ ସରକାରଙ୍କ ସଂସ୍ଥା ପକ୍ଷରୁ ନିର୍ମାଣ ହୋଇଥିବା କେନପିଓ ଓ କିଚେନ ସେଣ୍ଟରର ଉଦଘାଟନ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ।

କନ୍ଧମାଳ (କେନ୍ୟୁଜ୍‌ ଓଡ଼ିଶା): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ମେଡିକାଲ କ୍ୟାମ୍ପସ ପରିସରରେ NBCC ଭାରତ ସରକାରଙ୍କ ସଂସ୍ଥା ପକ୍ଷରୁ ନିର୍ମାଣ ହୋଇଥିବା କେନପିଓ ଓ କିଚେନ ସେଣ୍ଟରର ଉଦଘାଟନ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ପ୍ରଥମେ ସେ ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ନୂତନ ଭାବେ ନିର୍ମାଣ ହେବାକୁ ଥିବା କୋଠାର ଉଦଘାଟନ କରିଥିଲେ। ପରେ ରାଜ୍ୟସରକାରଙ୍କ ଦ୍ବାରା ରୋଗୀଙ୍କ ପାଇଁ ଥିବା ସୁବିଧା ନେଇ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳର ମାଆମାନଙ୍କୁ ଭେଟି ସୁବିଧା ଅସୁବିଧା ବୁଝିବା ସହ ତାଙ୍କ ସହ ମିଶି ଫଟୋ ଉତ୍ତୋଳନ କରିଥିଲେ।

ଏହି ଅବସରରେ ଜି.ଉଦୟଗିରି ମେଡିକାଲ କ୍ୟାମ୍ପସ ପରିସରରେ ଡାକ୍ତର, ଆଶାକର୍ମୀ ଓ ନର୍ସମାନେ ଡକ୍ଟର ସାମନ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପଧ୍ୟକ୍ଷା ସାଧୁବାଣୀ ନାୟକ, ଜି ଉଦୟଗିରି ବ୍ଳକ ଅଧକ୍ଷା ସୁଷମା ପ୍ରଧାନ, ବିଡିଓ ମନୋଜ କୁମାର ଦେବଦତ୍ତ, ଏନବିସିସି ଡାଇରେକ୍ଟର ଦେବାଶିଷ ସତପଥି ଓ ଫୁଲବାଣୀ ଏଡିଏମଓ ବିଜୟ ପଣ୍ଡା ଉପସ୍ଥିତ ଥିଲେ । ଏହାସହ ଜି.ଉଦୟଗିରି ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ , ବ୍ଳକ ସଂଯୋଜକ ରାଜବାଳା ସିଂ, ଜି ଉଦୟଗିରି NAC ଉପାଧକ୍ଷ ସନ୍ତୋଷ କୁମାର ବାଘ, ମାଲିକି ପୋଡ଼ି ସରପଞ୍ଚ ଝରଣା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.