ଉଗ୍ର ରୂପ ନେଲା ଡାକ୍ତର ଦମ୍ପତିଙ୍କ ଝଗଡ଼ା, ନିଜର ହିଁ ଘରେ ନିଆଁ ଲଗାଇ ଦେଲେ ପତ୍ନୀ

ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଜଣେ ଡାକ୍ତର ଦମ୍ପତିଙ୍କ ଝଗଡ଼ା ଉଗ୍ର ରୂପ ନେଇଛି । ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ଶେଷରେ ପତ୍ନୀ ଜଣକ କ୍ରୋଧାନ୍ଵିତ ଅବସ୍ଥାରେ ନିଜର ହିଁ ଘରେ ନିଆଁ ଲଗାଇ ଦେଇଥିଲେ, ଯାହାଫଳରେ ଘରଟି ସମ୍ପୂର୍ଣ୍ଣ ରୂପେ ଜଳି ଛାରଖାର ହୋଇଯାଇଛି ।

ପୋଲିସ ଅଧିକାରୀ କହିଛନ୍ତି ଯେ ଔରଙ୍ଗାବାଦର ଠାକରେ ନଗରରେ ଏକ ଘରୁ ନିଆଁ ଓ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁକୁ କାବୁ କରିଥିଲା ।

ମିଳିଥିବା ସୂଚନା ଅନୁସାରେ, ଏହି ଘରେ ରହୁଥିବା ଡାକ୍ତର ଦମ୍ପତିଙ୍କ ମଧ୍ୟରେ ରବିବାର ରାତିରେ କୌଣସି କାରଣକୁ ନେଇ ଜୋର୍‌ରେ ଝଗଡ଼ା ଲାଗିଥିଲା । ଏଥିରେ ପତ୍ନୀ କ୍ରୋଧାନ୍ଵିତ ହୋଇ ନିଜର ହିଁ ଘରେ ନିଆଁ ଲଗାଇ ଦେଇଥିଲେ ଏବଂ ସେଠାରୁ ପଳାଇ ଆସିଥିଲେ । ରାତି ସାରା ନିଆଁ କୁହୁଳି ଧୀରେ ଧୀରେ ଚାରିଆଡ଼କୁ ବ୍ୟାପି ଯାଇଥିଲା । ଫଳରେ ସକାଳ ସୁଦ୍ଧା ଘରର ସବୁ ଜିନିଷପତ୍ର ଜଳି ପାଉଁଶ ହୋଇଯାଇଥିଲା ।

ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସେପଟେ ସ୍ଥାନୀୟ ଅଞ୍ଚଳରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.