ଭୁବନେଶ୍ବର: ବରମୁଣ୍ଡା ବସ ଷ୍ଟାଣ୍ଡରୁ ବସ ଚୋରି କରିନେଲେ ଦୁର୍ବୃତ୍ତ,କଟକ ଶିଖରପୁର ଛକରୁ ଉଦ୍ଧାର କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀର ବରମୁଣ୍ଡାରୁ ଚୋରି ହୋଇଥିବା ବସ କଟକ ଶିଖରପୁର ଛକରୁ ଉଦ୍ଧାର। ମିଳଥିବା  ସୂଚନା ମୁତାବକ ଆର୍ଯ୍ୟନ ନାମକ ଏକ ବସକୁ ଜଣେ ଦୁର୍ବୃତ୍ତ ଚୋରି କରିନେଉଥିଲେ। କଟକରେ ଜଣେ ଟ୍ରାଫିକ୍ ପୋଲିସକୁ ସନ୍ଦେହ ହେବାରୁ ସେ ଏହି ଆର୍ଯ୍ୟନ ବସ୍ର ପିଚ୍ଛା କରିଥିଲେ। ଡାଇଭର ଜଣକ ପୋଲିସ ପିଚ୍ଛା କରୁଥିବାର ଜାଣିପାରି ବସଟିକୁ ଦ୍ରୁତଗତିରେ ନେଉଥିଲା। କିନ୍ତୁ ଶିଖରପୁର ଛକରେ ବସଟି ଦୁର୍ଘଟଣାଗ୍ରସ୍ତ ହେଲା। ଦୁର୍ଘଟଣା ପରେ ଚାଉଳିଆଗଞ୍ଜ ପୋଲିସ ଦୁର୍ବୃତ୍ତ ଗିରଫ କରିବା ସହ ବସକୁ ଜବତ କରିଛି ।

Leave A Reply

Your email address will not be published.