Below header

ସାଂସଦ ଅନୁଭବ ମହାନ୍ତିଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ, ଟ୍ଵିଟ୍‌ କରି କହିଲେ ନିଆଯାଉନି କାର୍ଯ୍ୟନୁଷ୍ଠାନ

କଟକ: ପୋଲିସର ଦୁର୍ବ୍ୟବହାର ନେଇ ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ଵିଟ୍‌ । ପୋଲିସ କମିଶନରଙ୍କୁ ଟ୍ଵିଟ୍‌ ଯୋଗେ ଅଭିଯୋଗ କରିଛନ୍ତି ଅନୁଭବ । ତାଙ୍କ କଟକ ସ୍ଥିତ ବାସଭବନ ଆଗରେ ମନ୍‌ଜିତ୍‌ ଦାସ ନାମକ ଯୁବକ କିଛି ଯୁବକଙ୍କ ସହ ଗଣ୍ଡଗୋଳ ଓ ଗାଳିଗୁଲଜ କରିଥିଲା । ଏନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଅନୁଭବ ଅଭିଯୋଗ କରିଛନ୍ତି । ଏପରିକି ପୁରୀଘାଟ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଅନୁଭବ । ଘଟଣାସ୍ଥଳକୁ ଆଇଆଇସି ଆସି ଅନୁଧ୍ୟାନ କରିଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିନଥିବା କହିଛନ୍ତି ଅନୁଭବ ମହାନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂହ । ସେ କହିଛନ୍ତି, ଗତକାଲି ରାତିରେ ଏହି ଘଟଣା ଘଟିଥିଲା । ପୁରୀଘାଟ ଆଇଆଇସି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଅନୁଭବ ମହାନ୍ତି ଲିଖିତ ଅଭିଯୋଗ କରିବା ପରେ କାର୍ଯ୍ୟନୁଷ୍ଠାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.