ଏଠି ବିବାହର ଶେଷ ବିଧି ସମ୍ପୂର୍ଣ୍ଣ ହେବା ପାଇଁ ବରକୁ ପିଇବାକୁ ପଡ଼ିଥାଏ ଘୁଷୁରୀ ରକ୍ତ!

ଆମ ଦେଶରେ ବିଭିନ୍ନ ଧର୍ମ ଏବଂ ବିଭିନ୍ନ ଭାଷାଭାଷୀ ଲୋକେ ବସବାସ କରନ୍ତି। ଧର୍ମ ଅଲଗା ଅଲଗା ହେତୁ ସେମାନଙ୍କ ପ୍ରଥା, ପରମ୍ପରା, ନୀତିନିୟମ ମଧ୍ୟ ସବୁ ଅଲଗା ହୋଇଥାଏ। ସେଥିମଧ୍ୟରୁ କିଛି ପ୍ରଥା, ପରମ୍ପରା ଏମିତି ରହିଛି, ଯାହା ବିଷୟରେ ଆମେ ଭାବି ବି ପାରୁନା। ଆଜି ଆମେ ଆପଣଙ୍କୁ ଏଭଳି ଏକ ବିଧି ବିଷୟରେ କହିବାକୁ ଯାଉଛୁ, ଯାହାକି ବିବାହ ସମୟରେ ପାଳନ କରାଯାଇଥାଏ।

marr2

ଏହାସହ ପଢ଼ନ୍ତୁ: ଏପରି ଏକ ଆଇଲ୍ୟାଣ୍ଡ, ଯେଉଁଠିକୁ କେବଳ ଯାଇପାରିବେ ବୈଜ୍ଞାନିକ

ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଆଦିବାସୀ ଅଞ୍ଚଳରେ ରହୁଥିବା ଏକ ଜନଜାତି ସମ୍ପ୍ରଦାୟର ଲୋକେ ଏହି ଭିନ୍ନ ପରମ୍ପରା ପାଳନ କରିଥାଆନ୍ତି। ଏହା ଅନୁସାରେ, ପୁଅ, ଝିଅଙ୍କ ବିବାହକୁ ସେ ପଯ୍ୟର୍ନ୍ତ ସମ୍ପୂର୍ଣ୍ଣ ବୋଲି ଧରାଯିବନି, ଯେ ପଯ୍ୟର୍ନ୍ତ ବର ଘୁଷୁରିକୁ ମାରି ତା’ ରକ୍ତ ନ ପିଇଛି।

ଏଭଳି ପରମ୍ପରା ଶୁଣିବାରେ ବହୁତ ଘୃଣା ଏବଂ ଅଜବ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ସେଠାକାର ଲୋକେ ଏହି ବିଚିତ୍ର ପରମ୍ପରାକୁ ଦୀର୍ଘ ଦିନରୁ ପାଳନ କରିଆସୁଛନ୍ତି। ବିବାହ ସମୟରେ ପ୍ରଚଳିତ ଏହି ବିଧିକୁ ବିଶେଷ କରି ବରପକ୍ଷ ଲୋକେ ନିଭାଇଥାଆନ୍ତି। ସେଥିପାଇଁ ସେମାନେ ଏକ ଘୁଷୁରି ଆଣିଥାଆନ୍ତି। ବିବାହର ଶେଷ ବିଧିରେ ବରକୁ ସେହି ଘୁଷୁରିକୁ ମାରି ତା’ ରକ୍ତ ପିଇବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.