Below header

ଗରାଖ ହୋଇ ଗଲେ, ଦୋକାନୀଙ୍କ ଆଖିରେ ଧୂଳି ଦେଇ ଡ୍ର ଭାଙ୍ଗି ଲୁଟିନେଲେ ୯୨ ହଜାର ଟଙ୍କା

ବାଲେଶ୍ଵର: ଗରାଖ ହୋଇ ଗଲେ ଦୋକାନୀ ଙ୍କ ଆଖିରେ ଧୂଳି ଦେଇ ଡ୍ର ଭାଙ୍ଗି ଲୁଟି ନେଲେ । ଆଉ ଲୁଟ ବେଳର ସମସ୍ତ ଚିତ୍ର କଏଦ ହୋଇଛି ସିସି ଟିଭି ଫୁଟେଜରେ । ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାର ଗାଁରେ ଥିବା ସଞ୍ଜୟ ଟ୍ରେଡର୍ସ ନାମକ ଏକ ଲୁହା ଛଡ଼ ଓ ସିମେଣ୍ଟ ଦୋକାନରୁ ଲୁଟ ହୋଇଥିବା ଖବର ନଜରକୁ ଆସିଛି ।

ସିସିଟିଭିରେ କଏଦ ହୋଇଥିବା ଭିଡ଼ିଓ ରୁ ଯାହା ଜଣାପଡୁଛି। ଲୁଟ୍ କରୁଥିବା ବ୍ୟକ୍ତି ଜଣକ ଜଣେ ଗ୍ରାହକ ହୋଇ ସଞ୍ଜୟ ଟ୍ରେଡର୍ସ କୁ ଯାଇଥିଲେ ଲୁହା ଛଡ଼ ଓ ସିମେଣ୍ଟ ନେବାପାଇଁ । ପ୍ରଥମେ ଯାଇ ଦୋକାନୀଙ୍କ ଆଗରେ ବସି କଥା ହୋଇ ଦୋକାନୀଙ୍କ ସହ ବିଶ୍ୱାସ ଜଣାଇଥିଲେ। ଯେତେ ବେଳେ ଦୋକାନୀ ଲୁଟ ଉଦ୍ଦେଶ୍ୟରେ ଆସିଥିବା ବ୍ୟକ୍ତି ଜଣଙ୍କୁ ବିଶ୍ୱାସ ସହକାରେ ଦୋକାନରେ ଛାଡ଼ିଦେଇ ବାହାରକୁ ଗଲେ, ସେତେବେଳେ ଚକମା ଦେଇଥିଲା ଚୋର ଜଣକ । ସୁଯୋଗ ପାଇବା କ୍ଷଣି ଟଙ୍କା ଡ୍ର ପାଖକୁ ଯାଇ ଡ୍ର ଭାଙ୍ଗି ନେଇ ଯାଇଥିଲା ଟଙ୍କା ସବୁ। ଲୁଟ୍ ପରେ ଘଟାସ୍ଥଳରୁ ଉଭାନ ହୋଇଯାଇଥିଲା ।

ଘଟଣାକୁ ନେଇ ସଞ୍ଜୟ ଟ୍ରେଡର୍ସର ମାଲିକ ନିଜ ଦୋକାନ ଡ୍ର ରୁ ୯୨ ହଜାର ଟଙ୍କା ଚୋରି ହୋଇଥିବା ନେଲ ବାଲେଶ୍ବର ସଦର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାଟି ଗତ ୨୭ତାରିଖରେ ଘଟିଥିବା ବେଳେ ୨୯ତାରିଖରେ ସଦର ଥାନାରେ ଏନେଇ ଅଭିଯୋଗ ହୋଇଛି । ପୋଲିସ ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.