ବାରମ୍ବାର ଆସୁଥିବା ଫୋନ କଲ୍କୁ ନେଇ ବିରକ୍ତି ଲାଗୁଛି କି ? ଜାଣନ୍ତୁ କେମିତି କରିବେ ଅଣଦେଖା

ଆଜିକାଲି ମୋବାଇଲ ଲୋକଙ୍କ ଜୀବନ ବହୁତ ସହଜ ହୋଇଯାଇଛି। କିନ୍ତୁ ବେଳେ ବେଳେ ଏହିସବୁ ଜିନିଷ ଆପଣଙ୍କୁ ହଇରାଣରେ ପକାଇଥାଏ। ଆଉ କେତେକ ସମୟରେ ଆପଣଙ୍କ ଇଚ୍ଛା ନଥିବା ସତ୍ତ୍ବେ ଯଦି କେହି ଆପଣଙ୍କୁ କଲ୍ କରେ ତେବେ ଆପଣଙ୍କୁ ବିରକ୍ତି ଲାଗୁଥିଲେ ମଧ୍ୟ ଫୋନ ଉଠାଇବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ଫୋନ କାଟି ପାରନ୍ତି ନାହିଁ। ବେଳେ ବେଳେ ଏମିତି ଫୋନ କଲ୍ ନ ଆସୁ ତେଣୁ ଲୋକେ ଫୋନକୁ ଫ୍ଲାଇଟ ମୋଡ କରିଦିଅନ୍ତି। କିନ୍ତୁ ଏବେ ଆଉ ଫୋନକୁ ଫ୍ଲାଇଟ ମୋଡ କରିବା ଦରକାର ପଡିବ ନାହିଁ। ତେବେ ଆମେ ଏମିତି କିଛି ଟ୍ରିକ କହିବୁ, ଯାହାକୁ ଆପଣାଇ ଏମିତି କଲରୁ ମୁକ୍ତି ପାଇପାରିବେ।

ଅଧିକାଂଶ ସମୟରେ ଆପଣଙ୍କ ସାଙ୍ଗ ହୁଅନ୍ତୁ ଅବା ବନ୍ଧୁବର୍ଗ ଏମିତି କିଛି ବିଷୟରେ କଥା ହେବାକୁ ଚାହାନ୍ତି, ଯାହା ଆପଣଙ୍କୁ ପସନ୍ଦ ନୁହେଁ, କିନ୍ତୁ ଏପରି ପରିସ୍ଥିତିରେ ଆପଣ ସେମାନଙ୍କ ଫୋନ କଲ୍କୁ ଅଣଦେଖା କରିପାରନ୍ତି ନାହିଁ। ବେଳେ ବେଳେ ଏହି କଲ୍ କାଟିବା ଯୋଗୁଁ ସମସ୍ଯା ବଢିଯାଏ।
ଅନେକ ଥର ଆପଣ ମିଟିଂରେ ରହିଥିବା କିମ୍ବା ରୋଚକ ଫିଲ୍ମ ଦେଖୁଥିବା ବେଳେ ଏମିତି ଫୋନ ଆସିଲେ, ଆପଣ ଫୋନ ଉଠାଇବାକୁ ଚାହାନ୍ତି ନାହିଁ। ତେଣୁ ଏମିତି ସ୍ଥିତିରେ ଅଧିକାଂଶ ଲୋକ ଫୋନକୁ ଫ୍ଲାଇଟ ମୋଡରେ ରଖନ୍ତି।

phone-calls

ଯଦି ଆପଣ ଏମିତି ଫୋନ କଲ୍ ଉଠାଇବାକୁ ଚାହାନ୍ତି ନାହିଁ, ତେବେ ନିଜ ମୋବାଇଲରେ Call Forwarding ଅପସନ ଚୟନ କରନ୍ତି। ଏଠାରେ ଆପଣ Always Forward ଅପସନ ମଧ୍ୟ ଚୟନ କରିପାରିବେ।

ଥରେ ଆପଣ କଲକୁ ଫରୱାଡ କରିବା ପରେ ଏମିତି ନମ୍ବର ଚୟନ କରନ୍ତୁ, ଯାହା କାମ କରୁନଥିବ। ଏବେ ଯେଉଁ କଲ ଆପଣ ଉଠାଇବାକୁ ଚାହୁଁନାହାନ୍ତି, ସେ କଲ ସବୁ ସେହି ନମ୍ବରକୁ ଯିବ, ଯାହା କାମ କରୁନାହିଁ। ଏବେ ଆପଣ ସେହି କଲକୁ ମୁକ୍ତି ପାଇପାରିବେ ଆଉ ନିଜ ମନ ମୁତାବକ ଫିଲ୍ମ ଦେଖିପାରିବେ କିମ୍ବା କାମ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.